ପୁରୁଷୋତ୍ତମପୁର,୨୯ା୯( ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ସୋମବାର ମହାଷ୍ଟମୀ ପୂଜା ଚାଲିଛି। ଏହାକୁ ଦେଖିବା ସହ ଆର୍ଶିବାଦ ଭିକ୍ଷାଲାଗି ଜିଲା ତଥା ଜିଲାବାହାରୁ ବହୁ ଭକ୍ତଙ୍କ ଭିଡ ଲାଗିଛ। ମା’ଙ୍କ ସକାଳ ସ୍ନାନ ପରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ତାରାତାରିଣୀ ଦୁଇଭଉଣୀ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରାତିରେ ପୁଣି ମହାକାଳୀ ବେଶରେ ଦର୍ଶନ ଦେଇଛନ୍ତି। ମହାକାଳୀ ବେଶରେ ମା’ଙ୍କୁ ଦର୍ଶନ କଲେ ଶତ୍ରୁନାଶ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଏଣୁ ଏହି ବେଶକୁ ଦେଖିବା ସହ ମା’ଙ୍କ ମହାଦୀପ ଉଠିବାର ଦେଖିବା ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିର


