ମହାଶିବରାତ୍ରୀରେ ଅପୂର୍ବ ସଂଯୋଗ, ଏହି ୪ ରାଶି ବ୍ୟକ୍ତିଙ୍କ ରହିଛି ଧନପ୍ରାପ୍ତିର ଯୋଗ…

ଆସୁଛି ଶୈବଭକ୍ତଙ୍କ ପ୍ରିୟ ‘ମହାଶିବରାତ୍ରୀ’। ହିନ୍ଦୁ ଧର୍ମର ମାନ୍ୟତାନୁଯାୟୀ ଏହି ଦିନ ଶିବ-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷର ଚତୁଦ୍ଦର୍ଶୀ ଦିନ ‘ମହାଶିବରାତ୍ରୀ’ ପାଳନ କରିବାର ପରମ୍ପରା ଚାଲିଆସୁଛି। ଚଳିତ ବର୍ଷ ଫେବୃୟାରୀ ୧୮, ଶନିବାର ଏହା ପଡ଼ୁଛି। ଜ୍ୟୋତିଷଶାସ୍ତ୍ରୀଙ୍କ ମତରେ ଏହା ବେଶ ଶୁଭଫଳ ନେଇ ଆସୁଛି।

ଜାନୁୟାରୀ ୧୭ରୁ ନ୍ୟାୟ ଦେବ ଶନି କୁମ୍ଭ ରାଶିରେ ବିରାଜମାନ କରିଛନ୍ତି। ଏବେ ଫେବୃୟାରୀ ୧୩ରୁ ଗ୍ରହର ରାଜା ସୂର୍ଯ୍ୟ ମଧ୍ୟ ଏହି ରାଶିରେ ପ୍ରବେଶ କରିବେ। ଏହାଛଡ଼ା ଚନ୍ଦ୍ର ମଧ୍ୟ କୁମ୍ଭ ରାଶିରେ ରହିବେ। ପରିଣାମସ୍ବରୂପ କୁମ୍ଭରେ ଶନି,ସୂର୍ଯ୍ୟ ଏବଂ ଚନ୍ଦ୍ର ମିଶି ‘ତ୍ରିଗ୍ରହ’ ଯୋଗ ସୃଷ୍ଟି କରୁଛନ୍ତି। ଏହା ଦୁର୍ଲଭ ହୋଇଥିବା ବେଳେ କିଛି ରାଶି ପାଇଁ ଲାଭକାରୀ ସିଦ୍ଧ ହେବ। ଆସନ୍ତୁ ଜାଣିବା:

ମେଷ ରାଶି: ଭଗବାନ ଶିବଙ୍କ କୃପା ମେଷ ରାଶିରେ ସର୍ବଦା ରହିଥାଏ। ଏହା ଶିବଙ୍କ ପ୍ରିୟ ରାଶିରୁ ଗୋଟିଏ। ‘ମହାଶିବରାତ୍ରୀ’ରେ ପ୍ରଭୁଙ୍କ ଆଶୀର୍ବାଦରୁ ଜୀବନର ସମସ୍ତ ଇଚ୍ଛା ପୂରଣ ହେବ। ଏହି ପବିତ୍ର ଦିନରେ ଶିବ ଉପାସନା ଏବଂ ଜଳାଭିଶେକ କରିବା ଦ୍ୱାରା ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ବିଛା ରାଶି: ଏହି ରାଶି ଉପରେ ମଧ୍ୟ ଶିବଙ୍କ ବିଶେଷ କୃପା ରହିଥାଏ। ଏହି ରାଶିର ସ୍ବାମୀ ମଙ୍ଗଳ। ‘ମହାଶିବରାତ୍ରୀ’ରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ୱାରା ଭାଗ୍ୟୋଦୟ ହେବ। ଭୟ ଆମର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବାରୁ ଆପଣ ନିଶ୍ଚିତ ଭାବେ ନିଜକୁ ଉର୍ଜାବାନ ମନେ କରିବେ।

ମକର ରାଶି: ଏହି ରାଶିର ସ୍ବାମୀ ଶନି। ଶନି ଶିବଙ୍କ ପରମ ଭକ୍ତ ଏବଂ ସୂର୍ଯ୍ୟ ପୂତ୍ର। ଏଥିଲାଗି ଏହି ରାଶିର ଜାତକଧାରୀଙ୍କୁ ଶୁଭ ପରିଣାମ ମିଳିବ। ଧନ ସହ କାରୋବାରରେ ବୃଦ୍ଧି ହେବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

କୁମ୍ଭ ରାଶି: ମକର ଭଳି କୁମ୍ଭର ସ୍ବାମୀ ଶନି। ‘ମହାଶିବରାତ୍ରୀ’ ଦିନ ଏହି ରାଶିର ଜାତକଧାରୀଙ୍କ ପାଇଁ ବେଶ ଭଲ ରହିବ। ଏହି ଦିନ ଶିବଙ୍କ ଜଳାଭିଷେକ କରନ୍ତୁ। ଏହାଛଡ଼ା ନିଜ ସାମର୍ଥ୍ୟ ମୁତାବକ ଦାନପୂଣ୍ୟ କରନ୍ତୁ। ଏଭଳି କରିବା ଦ୍ୱାରା ମନବାଞ୍ଝା ପୂରଣ ହେବ। କ୍ୟାରିୟର, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଆର୍ଥିକସ୍ଥରରେ ଶୁଭ ପରିଣାମ ପ୍ରାପ୍ତ ହେବ। ଏହାଛଡ଼ା ବିବାହରେ ଉପୁଜୁଥିବା ବାଧା ମଧ୍ୟ ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?