ମହାଶିବରାତ୍ରୀରେ ଅପୂର୍ବ ସଂଯୋଗ, ଏହି ୪ ରାଶି ବ୍ୟକ୍ତିଙ୍କ ରହିଛି ଧନପ୍ରାପ୍ତିର ଯୋଗ…

ଆସୁଛି ଶୈବଭକ୍ତଙ୍କ ପ୍ରିୟ ‘ମହାଶିବରାତ୍ରୀ’। ହିନ୍ଦୁ ଧର୍ମର ମାନ୍ୟତାନୁଯାୟୀ ଏହି ଦିନ ଶିବ-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷର ଚତୁଦ୍ଦର୍ଶୀ ଦିନ ‘ମହାଶିବରାତ୍ରୀ’ ପାଳନ କରିବାର ପରମ୍ପରା ଚାଲିଆସୁଛି। ଚଳିତ ବର୍ଷ ଫେବୃୟାରୀ ୧୮, ଶନିବାର ଏହା ପଡ଼ୁଛି। ଜ୍ୟୋତିଷଶାସ୍ତ୍ରୀଙ୍କ ମତରେ ଏହା ବେଶ ଶୁଭଫଳ ନେଇ ଆସୁଛି।

ଜାନୁୟାରୀ ୧୭ରୁ ନ୍ୟାୟ ଦେବ ଶନି କୁମ୍ଭ ରାଶିରେ ବିରାଜମାନ କରିଛନ୍ତି। ଏବେ ଫେବୃୟାରୀ ୧୩ରୁ ଗ୍ରହର ରାଜା ସୂର୍ଯ୍ୟ ମଧ୍ୟ ଏହି ରାଶିରେ ପ୍ରବେଶ କରିବେ। ଏହାଛଡ଼ା ଚନ୍ଦ୍ର ମଧ୍ୟ କୁମ୍ଭ ରାଶିରେ ରହିବେ। ପରିଣାମସ୍ବରୂପ କୁମ୍ଭରେ ଶନି,ସୂର୍ଯ୍ୟ ଏବଂ ଚନ୍ଦ୍ର ମିଶି ‘ତ୍ରିଗ୍ରହ’ ଯୋଗ ସୃଷ୍ଟି କରୁଛନ୍ତି। ଏହା ଦୁର୍ଲଭ ହୋଇଥିବା ବେଳେ କିଛି ରାଶି ପାଇଁ ଲାଭକାରୀ ସିଦ୍ଧ ହେବ। ଆସନ୍ତୁ ଜାଣିବା:

ମେଷ ରାଶି: ଭଗବାନ ଶିବଙ୍କ କୃପା ମେଷ ରାଶିରେ ସର୍ବଦା ରହିଥାଏ। ଏହା ଶିବଙ୍କ ପ୍ରିୟ ରାଶିରୁ ଗୋଟିଏ। ‘ମହାଶିବରାତ୍ରୀ’ରେ ପ୍ରଭୁଙ୍କ ଆଶୀର୍ବାଦରୁ ଜୀବନର ସମସ୍ତ ଇଚ୍ଛା ପୂରଣ ହେବ। ଏହି ପବିତ୍ର ଦିନରେ ଶିବ ଉପାସନା ଏବଂ ଜଳାଭିଶେକ କରିବା ଦ୍ୱାରା ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ବିଛା ରାଶି: ଏହି ରାଶି ଉପରେ ମଧ୍ୟ ଶିବଙ୍କ ବିଶେଷ କୃପା ରହିଥାଏ। ଏହି ରାଶିର ସ୍ବାମୀ ମଙ୍ଗଳ। ‘ମହାଶିବରାତ୍ରୀ’ରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ୱାରା ଭାଗ୍ୟୋଦୟ ହେବ। ଭୟ ଆମର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବାରୁ ଆପଣ ନିଶ୍ଚିତ ଭାବେ ନିଜକୁ ଉର୍ଜାବାନ ମନେ କରିବେ।

ମକର ରାଶି: ଏହି ରାଶିର ସ୍ବାମୀ ଶନି। ଶନି ଶିବଙ୍କ ପରମ ଭକ୍ତ ଏବଂ ସୂର୍ଯ୍ୟ ପୂତ୍ର। ଏଥିଲାଗି ଏହି ରାଶିର ଜାତକଧାରୀଙ୍କୁ ଶୁଭ ପରିଣାମ ମିଳିବ। ଧନ ସହ କାରୋବାରରେ ବୃଦ୍ଧି ହେବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

କୁମ୍ଭ ରାଶି: ମକର ଭଳି କୁମ୍ଭର ସ୍ବାମୀ ଶନି। ‘ମହାଶିବରାତ୍ରୀ’ ଦିନ ଏହି ରାଶିର ଜାତକଧାରୀଙ୍କ ପାଇଁ ବେଶ ଭଲ ରହିବ। ଏହି ଦିନ ଶିବଙ୍କ ଜଳାଭିଷେକ କରନ୍ତୁ। ଏହାଛଡ଼ା ନିଜ ସାମର୍ଥ୍ୟ ମୁତାବକ ଦାନପୂଣ୍ୟ କରନ୍ତୁ। ଏଭଳି କରିବା ଦ୍ୱାରା ମନବାଞ୍ଝା ପୂରଣ ହେବ। କ୍ୟାରିୟର, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଆର୍ଥିକସ୍ଥରରେ ଶୁଭ ପରିଣାମ ପ୍ରାପ୍ତ ହେବ। ଏହାଛଡ଼ା ବିବାହରେ ଉପୁଜୁଥିବା ବାଧା ମଧ୍ୟ ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଇକ୍ୟାଚି ଲୁକ୍‌ ଦିଏ ନୋଜ୍‌ପିନ୍‌

ଛୋଟ ଗୋଲ୍ଡ ବଲ୍‌ କିମ୍ବା ଡାଇମଣ୍ଡ ନୋଜ୍‌ ପିନ୍‌ ସିମ୍ପଲ ଏବଂ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ। ଏହାକୁ ସବୁ ଆଉଟ୍‌ଫିଟ୍‌ରେ ପିନ୍ଧିଲେ ଡିସେଣ୍ଟ ଲାଗୁଥିବାରୁ ଅନେକେ...

କରୋନା ସଂକ୍ରମଣ କମ୍‌ କରେ ଗଗର୍ଲିଂ

କରୋନା ସଂକ୍ରମଣକୁ ରୋକିବା ଓ ଏହାର ପ୍ରତିଶେଧକ ଟିକା ଲାଗି ବିଶ୍ୱର ବୈଜ୍ଞାନିକ ଗବେଷଣା କରୁଛନ୍ତି। ଏହାର ଟିକା ତିଆରିରେ ଅନେକ ସକାରାତ୍ମକ ଫଳାଫଳ ମିଳିଛି।...

ପିଲାଙ୍କୁ ଶୁଣାନ୍ତୁ ଗପ

ଆଜିକାଲି ଡିଜିଟାଲ ଯୁଗରେ ପିଲାମାନେ ଅଧିକାଂଶ ସମୟ ଫୋନ୍‌, ଟିଭି, କମ୍ପ୍ୟୁଟର ଆଗରେ କଟାଉଛନ୍ତି। ଏସବୁର ଭଲ ପ୍ରଭାବ ସହିତ କୁପ୍ରଭାବ ବି ରହିଛି। ତେଣୁ...

ଆତ୍ମନିର୍ଭରଶୀଳ ମା’

ଆଜିକାଲି ଅନେକ ମହିଳା ଆତ୍ମନିର୍ଭରଶୀଳ ହେବାକୁ ଆଗେଇ ଆସୁଛନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କୁ କେତୋଟି ବିଷୟ ପ୍ରତି ଦୃଷ୍ଟିଦେବା ଦରକାର… ଦିନ ଥିଲା...

କାଙ୍କଡ଼ ଖାଇଲେ ଦୂର ହୁଏ ଏସବୁ ସମସ୍ୟା

ବର୍ଷାଦିନରେ ବଜାରରେ କାଙ୍କଡ଼ର ଚାହିଦା ଖୁବ୍‌ ବେଶୀ। କାଙ୍କଡ଼ ଖାଲି ଏକ ପରିବା ନୁହେଁ ଏଥିରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ନିୟମିତ ଭାବେ...

ଲିଭର ରୋଗ ଚିହ୍ନଟ ହେବାର ନୂଆ ଉପାୟ

ଲିଭର ରୋଗକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଆମେରିକାସ୍ଥିତ ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ।...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଚିକିତ୍ସା ଦ୍ୱାରା ଏହି ସମସ୍ୟାଠାରୁ...

ପିଲାକୁ ଡାଇପର ପିନ୍ଧାଉଥିଲେ…

ଛୋଟ ପିଲା ଝାଡା, ପରିଶ୍ରା କରି ବାରମ୍ବାର ଓଦା ନ ହେବା ଲାଗି ବର୍ତ୍ତମାନ ଡାଇପର ଖୁବ୍‌ କାମରେ ଆସୁଛି। ହେଲେ ପିଲାକୁ ଡାଇପର ପିନ୍ଧାଉଥିଲେ...

Advertisement
Archives

Model This Week