Categories: ଜାତୀୟ

ମୁମ୍ବାଇରେ ୧୪୪ଧାରା ଲାଗୁ: ସୋସିଆଲ ମିଡିଆ ଉପରେ ନଜର

ମୁମ୍ବାଇ,୨୫।୬: ମହାରାଷ୍ଟରେ ରାଜନୈତିକ ସଙ୍କଟ ସାଙ୍ଗକୁ ଦେଖାଦେଇଥିବା ଉତ୍ତେଜନାକୁ ନେଇ ପ୍ରଶାସନ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ରୋହ ବିଧାୟକଙ୍କୁ ନେଇ ମହାରାଷ୍ଟ୍ରରେ ଉତ୍ତେଜନା ଦେଖାଦେଇ ବେଳେ ମୁମ୍ବାଇରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଛି। ଏହି କଟକଣା ଜୁଲାଇ ୧୦ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ସୋସିଆଲ ମିଡିଆ ଉପରେ ପୋଲିସ କଡ଼ା ନଜର ରଖିଛି।

Share