Categories: ଜାତୀୟ

ବ୍ଲାକମେଲ ସହି ନ ପାରି ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ,୨୭।୧୨: ଫେକ୍‌ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଧିକାରୀଙ୍କ ବ୍ଲାକମେଲ ସହି ନ ପାରି ଆତ୍ମହତ୍ୟା କରିଛନ୍ତି ଜଣେ ଅଭିନେତ୍ରୀ। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ।

ଜଣେ ମହିଳା ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିବାକୁ ଯାଉଥିବା ଗୁରୁବାର ଅମ୍ବୋଲି ଥାନାକୁ ଏକ ଫୋନ କଲ ଆସିଥିଲା। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବେଳକୁ ୨୮ ବର୍ଷୀୟା ମହିଳା ଆତ୍ମହତ୍ୟା କରି ସାରିଥିଲେ। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରିଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି।

“ଏହି ଘଟଣାର ତଦନ୍ତ କରିବା ପରେ ଜଣାପଡ଼ିଲା ଯେ, ଡିସେମ୍ବର ୨୦ ତାରିଖରେ ପୀଡ଼ିତା କିଛି ସାଙ୍ଗଙ୍କ ସହ ଏକ ଫାଇଭ ଷ୍ଟାର ହୋଟେଲକୁ ଯାଇଥିଲେ। ସେଠାରେ ପାର୍ଟି ଚାଲିଥିବା ବେଳେ ମିଛ ଏନ୍‌ସିବି ଅଧିକାରୀ ସେମାନଙ୍କୁ ଡ୍ରଗ୍ସ ସହ ଧରିଥିଲେ। ଏଫ୍‌ଆଇଆରରୁ ନା ହଟାଇବା ପାଇଁ ଦାବି କରିଥିଲେ ୨୦ ଲକ୍ଷ ଟଙ୍କା। ଦୁଇ ଅଭିଯୁକ୍ତ ଟଙ୍କା ପାଇଁ ବାରମ୍ବାର ଫୋନ କରିବାରୁ ମାନସିକ ଚାପରେ ପଡ଼ି ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ” ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ପୀଡ଼ିତାଙ୍କ ପ୍ରକୃତ ଘର ପଶ୍ଚିମବଙ୍ଗ। ସେ ଅଭିନେତ୍ରୀ ହେବା ପାଇଁ ସଂଘର୍ଷ କରୁଥିଲେ ଏବଂ ବଡ଼ ଘରେ ରହୁଥିଲେ। ଏହି ଘଟଣା ଉପରେ ଟୁଇଟ୍‌ କରିଛନ୍ତି ମହାରାଷ୍ଟ୍ରର ଏନ୍‌ସିପି ନେତା ନଓ୍ବାବ ମଲିକ।

Share