Categories: ଜାତୀୟ

ବୁଡିଗଲା ମହାରାଷ୍ଟ୍ରର ଚିପଲୁନ ସହର

ମୁମ୍ବାଇ,୨୨ ।୭: ମହାରାଷ୍ଟ୍ରର ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ରାତିରେ ହୋଇଥିବା ବର୍ଷାରେ ଚିପଲୁନ ସହରରେ ବନ୍ୟା ସୃଷ୍ଟି ହୋଇଛି । ପାଣି ଏତେ ଅଧିକ ହୋଇଛି ଯେ କିଛି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବୁଡିଯାଇଛ । ଏମିତିକି ବସ୍ ଡିପୋବି ସମ୍ପୂର୍ଣ୍ଣ ବୁଡି ଯାଇଛି । ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ଲାଗି ଲୋକେ ସରକାରଙ୍କ ସାହାଯ୍ୟ ମାଗିଛନ୍ତି । ଏହି ବନ୍ୟାକୁ ଦେଖି କେତେକ ଲୋକେ ୨୦୦୫ରେ ମୁ୍‌ମ୍ବାଇରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସହ ଏହାକୁ ତୁଳନା କରିଛନ୍ତି । ଅବଶ୍ୟ ଚଳିତ ବନ୍ୟାରେ ଅଧିକାଂଶ ସ୍ଥାନ ବୁଡି ଯାଇଥିବା ବେଳେ ଘର, କାର ଆଦି ସମ୍ପୂର୍ଣ୍ଣ ବୁଡି ଯାଇଛି । କେତେକ ସ୍ଥାନରେ ପାଣି ଗୋଟିଏ ମହଲା ପର୍ଯ୍ୟନ୍ତ ବୁଡାଇ ଦେଇଛି । ଲୋକଙ୍କୁ ଉଦ୍ଧାର କରିବାକୁ ଏନ୍‌ଡିଆର୍‌ଏଫ୍ ଟିମକୁ ନିୟୋଜିତ କରାଯାଇଛି । ବୋଟ ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରାଯାଉଛି ।

Share