Categories: ଜାତୀୟ

‘ଏବେ କିଛି ନିଷ୍ପତ୍ତି ହେବାର ବାକି…’ ଶିନ୍ଦେ ସରକାରଙ୍କ ଉପରେ ଏସ୍‌ସିଙ୍କ ରାୟ ପରେ ଶରଦ ପାୱାରଙ୍କ ପ୍ରତିକ୍ରିୟା

ମୁମ୍ବାଇ,୧୧।୫: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ନିଷ୍ପତ୍ତି ନେଇ କହିଛନ୍ତି ଉଦ୍ଧବ ଠାକରେ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତେଣୁ ତାଙ୍କ ସରକାର ପୁନରୁଦ୍ଧାର ହୋଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଏନସିପି ସୁପ୍ରିମୋ ଶରଦ ପାୱାର ନିଜର ପ୍ରତିକ୍ରିୟା ରଖିଛନ୍ତି। ପାୱାର କହିଛନ୍ତି, ଏହା ହେଉଛି ଭାଜପା ଏବଂ ଏହାର ନେତାଙ୍କ ରଣନୀତି, ଯାହା ସେମାନେ ନିଜେ ଜିତନ୍ତି ନାହିଁ, କିନ୍ତୁ ଏହି ଉପାୟରେ ସରକାର ଭାଙ୍ଗି ସରକାର ଗଠନ କରନ୍ତି।

ଶରଦ ପାୱାର ଆହୁରି କହିଛନ୍ତି , ଉଦ୍ଧବ ଠାକରେ କାହିଁକି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ତାହା ସମସ୍ତେ ଜାଣନ୍ତି। ଯଦି ସେ ଏପରି ନିଷ୍ପତ୍ତି ନେଇ ନ ଥାନ୍ତେ, ମାମଲା ଅଲଗା ହୋଇଥାନ୍ତା। ଖଳ ଲୋକଙ୍କ ସାମ୍ନାରେ ନିଜକୁ ପ୍ରମାଣ କରିବା ତାଙ୍କୁ ଭୁଲ ଲାଗୁଥିଲା। ଏଥିପାଇଁ ସେ ଇସ୍ତଫା ଦେଇଥିଲେ ବୋଲି ପାଓ୍ବାର କହିଛନ୍ତି।

Share