ମହାରାଷ୍ଟ୍ରରେ କରୋନା ସହ ମାଡି ଚାଲିଛି ଓମିକ୍ରନ୍‌: ୬୮ ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୪ ।୧: ମହାରାଷ୍ଟ୍ରରେ ସୋମବାର ୧୨,୧୬୦ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ୨୪ ଘଣ୍ଟାରେ ୧୧ ଜଣଙ୍କ ମୃତ୍ୟୁ ବି ହୋଇଛି । ସଂକ୍ରମିତଙ୍କ ମଧ୍ୟରୁ ୮୦୮୨ଜଣ କେବଳ ମୁମ୍ବାଇରୁ ବୋଲିି ଜଣାପଡିଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ ୬୮ ଜଣ ଓମିକ୍ରନ୍ ସଂକ୍ରିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୪୦ ଜଣ ମୁମ୍ବାଇର ବୋଲି ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ସୋମବାର ୬୮ ନୂଆ ଓମିକ୍ରନ୍ ସଂକ୍ରମିତ ମିଳିବା ପରେ ଏବେ ସେଠାରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୫୭୮ରେ ପହଞ୍ଚିଲାଣି । ତେବେ ରାଜ୍ୟରେ କରୋନା ଓ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ଦେଖି ରାଜ୍ୟ ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଯେଉଁ ବିଲଡିଂ ବା ସ୍ଥାନରେ ଲଗାତାର ଭାବେ ସଂକ୍ରମିତ ମିଳୁଛନ୍ତି ସେଠାରେ ଥିବା ବିଲଡିଂଙ୍କୁ ସିଲ କରାଯିବା ସହ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଛି । ଆଗାମୀ ଦିନରେ କରୋନା ଯୁଦ୍ଧରେ ବିଜୟୀ ହେବା ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇ ଚାଲିଛନ୍ତି ।

Share