ଅକ୍ସିଜେନ ଅଭାବରୁ ୭କରୋନା ଆକ୍ରାନ୍ତ ମୃତ

ମୁମ୍ବାଇ,୧୩।୪: ମହାରାଷ୍ଟ୍ରରେ କରୋନା କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରୁ ଏକ ଅବହେଳାରେ ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିପାଇଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ମୁମ୍ବାଇ ନାଲାସୋପାରାର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରି ଜଣେ ଡାକ୍ତର କହିଛନ୍ତି, ଉକ୍ତ ହସ୍ପିଟାଲରେ କେବଳ ଗୁରୁତର ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଭର୍ତ୍ତି କରାଯାଇଥାଏ। ଆଉ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ବୟସ୍କ ହେବା ସହ ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ଥିଲେ ବୋଲି ଡାକ୍ତର କହିଛନ୍ତି।

Share