Categories: ଜାତୀୟ

ଅଣ୍ଡରୱାର୍ଲଡ ସହ ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ମନ୍ତ୍ରୀ ନଓ୍ବାବ ମଲିକ

ମୁମ୍ବାଇ,୨୩।୨: ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଏବଂ ମୁମ୍ବାଇ ଅଣ୍ଡରଓ୍ବାଲର୍‌ଡ ସହ ବେଆଇନ ଟଙ୍କା ନେଣଦେଣ ମାମଲାରେ ବୁଧବାର ଗିରଫ ହୋଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ। ୬୨ ବର୍ଷୀୟ ମନ୍ତ୍ରୀଙ୍କୁ ଗିରଫ କରାଯିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପଚରାଉଚରା କରାଯାଇଥିଲା। ଇଡି କାର୍ଯ୍ୟାଳୟରୁ ଆସିଥିବା ଭିଡିଓରେ ମନ୍ତ୍ରୀ ମଲିକ ପବନରେ ମୁଥା ମାରୁଥିବା ଦେଖିବାକୁ ମିଳୁଛି।

ଗ୍ୟାଙ୍ଗଷ୍ଟର ଦାଉଦଙ୍କ ସହଯୋଗୀଙ୍କ ମଧ୍ୟରେ ହୋଇଥିବା ଟଙ୍କା ଆଦାନ ପ୍ରଦାନ ଉପରେ ପଚରାଉଚରା କରାଯାଉଥିଲା। ତଦନ୍ତକାରୀ ଅଧିକାରୀଙ୍କୁ ସେ ସହଯୋଗ କରୁ ନାହାନ୍ତି ବୋଲି ଇଡି ପକ୍ଷରୁ କୁହାଯାଇଛି। ନିକଟରେ ଇଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ସହ ଏହି ମାମଲାରେ ଦାଉଦଙ୍କ ଭାଇ ଇକବାଲ କାସ୍କରଙ୍କୁ ଗିରଫ କରିଥିଲା।

Share