Categories: ଜାତୀୟ

ଝିଅକୁ ଜୀଅନ୍ତା ପୋତିଦେଲେ

ନାଗପୁର,୧୩।୩: ଜଣେ ୨୭ ବର୍ଷୀୟ ବ୍ୟକ୍ତି ତାଙ୍କ ଏକ ବର୍ଷର ଝିଅକୁ ଜୀଅନ୍ତା ଚାଷ ଜମିରେ ପୋତି ହତ୍ୟା କରିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଓ୍ବାଶିମ ଜିଲାରୁ। ତେବେ ସ୍ତ୍ରୀ ସହ ଝଗଡ଼ା ପରେ ଅଭିଯୁକ୍ତ ଝିଅକୁ ହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ସୁରେଶ ଘୁଘେଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ଘୁଘେ ସ୍ତ୍ରୀ କାବେରୀଙ୍କୁ ନୟମିତ ନିର୍ଯାତନା ଦେଉଥିଲେ। ଏହି ଦମ୍ପତିଙ୍କର ୩ ଝିଅ ଥିଲେ ବୋଲି ଓ୍ବାଶିମ ଏସ୍‌ପି ବଚ୍ଚନ ସିଂ କହିଛନ୍ତି।

“ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ବେଲ୍ଟରେ ଆକ୍ରମଣ କରିଥିଲେ। ଏପରିକି ବେକ ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ସମ୍ପର୍କୀୟଙ୍କ ଘରକୁ ଖସି ପଳାଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଘୁଘେ ତାଙ୍କ ଝିଅକୁ କ୍ଷେତକୁ ନେଇ ଏକ ଗାତ ଖୋଳି ଜୀଅନ୍ତା ପୋତି ଦେଇଥିଲେ। ତାଙ୍କ ସ୍ତ୍ରୀ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ” ବୋଲି ପୋଲିସ ଅଧିକାରୀ କହିଛନ୍ତି। ଅଭିକକ୍ତଙ୍କ ବିରୋଧରେ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି।

Share