Categories: ଜାତୀୟ

୩ ବର୍ଷ ହେଲା ଦୁଇ ଝିଅଙ୍କୁ ବଳାତ୍କାର କରୁଥିଲେ

ପାଲଘର,୧୩।୩: ୨୦୧୯ରୁ ୩ ବର୍ଷ ଧରି ଦୁଇ ନାବାଳିକା ଝିଅଙ୍କୁ ବାରମ୍ବାର ବଳାତ୍କାର କରିବା ଅଭିଯୋଗରେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ମହାରାଷ୍ଟ୍ରର ପାଲଘର ଜିଲାରୁ ସାମ୍ନାକୁ ଆସିଛି।

ଦୁଇ ପୀଡ଼ିତାଙ୍କ ବୟସ ଯଥାକ୍ରମେ ୬ ଏବଂ ୧୨ ବର୍ଷ ବୋଲି ଜଣାପଡ଼ିଛି। କାହାକୁ ଜଣାଇଲେ ଛୁରି ଧରି ଅଭିଯୁକ୍ତ ବାପା ହତ୍ୟା ଧମକ ଦେଉଥିଲେ ବୋଲି ପୀଡ଼ିତାମାନଙ୍କଠାରୁ ଜଣାପଡ଼ିଥିବା ଭୋଇସର ଥାନା ଅଧିକାରୀ କହିଛନ୍ତି।

ପୀଡ଼ିତାଙ୍କ ମା’ଙ୍କ ମୃତ୍ୟୁ ପରେ ୨୦୧୯ଠାରୁ ଅଭିଯୁକ୍ତ ଜଣଙ୍କ ଦୁଇ ଝିଅଙ୍କୁ ବାରମ୍ବାର ବଳାତ୍କାର କରୁଥିଲେ ବୋଲି ସେ କହିଛନ୍ତି। ପୀଡ଼ିତାମାନେ ପ୍ରଥମେ ଅଭିଯୋଗ କରିବାକୁ ଡରୁ ଥିଲେ। କିନ୍ତୁ ଏକ ଏନ୍‌ଜିଓ ସହାୟତାରେ ଏହି ଘଟଣା ପୋଲିସ ସାମ୍ନାକୁ ଆସିଥିଲା।

Share