Categories: ଜାତୀୟ

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ଆସନ ବଣ୍ଟନ ଉପରେ ଫର୍ମୁଲା ସ୍ଥିର, ଏତିକି ଆସନରେ ନିର୍ବାଚନ ଲଢିପାରନ୍ତି କଂଗ୍ରେସ-ଏନସିପି ସମେତ ୪ ଦଳ

ନୂଆଦିଲ୍ଲୀ,୯।୧: ଲୋକ ସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟ ଆସନ ବାଣ୍ଟିବା କାମ ଆରମ୍ଭ କରିଦେଇଛି। ଏହି କ୍ରମରେ ମହାରାଷ୍ଟ୍ରକୁ ନେଇ ଇଣ୍ଡିଆ ଆଲାଇନ୍ସ ରଣନୀତି ପ୍ରସ୍ତୁତ କରିଛି ଏବଂ ସିଟ ବାଣ୍ଟିବା ପାଇଁ ଏକ ସମ୍ଭାବ୍ୟ ଫର୍ମୁଲା ସ୍ଥିର କରାଯାଇଛି। ଏହା ଅଧୀନରେ କେଉଁ କେଉଁ ଦଳ କେତେ ଆସନରେ ନିର୍ବାଚନ ଲଡିବାକୁ ଯାଉଛନ୍ତି ତାହା କୁହାଯାଇଛି। ମହାରାଷ୍ଟ୍ରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ଇଣ୍ଡିଆ ଆଲାଇନ୍ସର ଚାରିଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

ମହାରାଷ୍ଟ୍ରରେ ୪୮ ଟି ଲୋକ ସଭା ଆସନ ଅଛି। କଂଗ୍ରେସ, ଶିବସେନା (ୟୁବିଟି), ଏନସିପି (ଶରଦ ପାୱାର ଦଳ) ଏବଂ ବଞ୍ଚିତ ବହୁଜନ ଅଗାଡି ଏହି ଚାରିଟି ଦଳ ଯିଏକି ଇଣ୍ଡିଆ ମେଣ୍ଟ ପକ୍ଷରୁ ନିର୍ବାଚନରେ ଭାଗ ନେବେ। ମହାରାଷ୍ଟ୍ରରେ ସମ୍ଭାବ୍ୟ ଆସନ ବଣ୍ଟନର ସମ୍ଭାବ୍ୟ ଫର୍ମୁଲା ଅନୁଯାୟୀ କଂଗ୍ରେସ ୨୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଶିବସେନା (ୟୁବିଟି)କୁ ମଧ୍ୟ ୨୦ ଟି ଆସନ ଦିଆଯିବାକୁ ଥିବାବେଳେ ଏନସିପି (ଶରଦ ପାୱାର) ଦଳ ୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇବେ। ଏହା ବ୍ୟତୀତ ବଞ୍ଚିତ ବହୁଜନ ଅଗାଡି ୨ଟି ଆସନରେ ନିର୍ବାଚନ ଲଢିବେ।

Share