Categories: ଜାତୀୟ

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ,୧୬।୭: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ ବଢିବାରେ ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦେଶମୁଖଙ୍କ ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସମ୍ପତ୍ତି ଦେଶମୁଖଙ୍କ ପରିବାର ଲୋକଙ୍କ ନାମରେ ରହିଛି। ଜବତ ସମ୍ପତ୍ତି ମଧ୍ୟରେ ନବି ମୁମ୍ବାଇ ବିମାନବନ୍ଦର ନିକଟରେ ତିଆରି ହେଉଥିବା ଗୋଟିଏ ଫ୍ଲାଟ ଓ ଏକ ବଡ଼ ଜମି ରହିଛି।

ଜବତ ସମ୍ପତ୍ତି ଦେଶମୁଖଙ୍କ ସ୍ତ୍ରୀ ଆରତୀ ଓ ଏକ କମ୍ପାନୀ ନାମରେ ପଞ୍ଜିକରଣ ହୋଇଛି। ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଗୃହମନ୍ତ୍ରୀ ଥିବା ବେଳେ ଅନୀଲ ଦେଶମୁଖଙ୍କ ନାମରେ ୧୦୦ କୋଟି ଟଙ୍କାର ଦାଦା ବଟି ଆଦାୟ ଅଭିଯୋଗ ଆଣିଥିଲେ। ଏନେଇ ଇଡି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Share