Categories: ଜାତୀୟ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ହାତ ଛାଡ଼ି ଧରିଲେ ପଦ୍ମ

ମୁମ୍ବାଇ,୭।୭: ଦେଶର ରାଜନୈତିକ ଦଳରେ ବର୍ତ୍ତମାନ ଅଦଳବଦଳ ଓ ମିଶ୍ରଣ ପର୍ବ ଚାଲିଛି। ଇତିମଧ୍ୟରେ ମହାରାଷ୍ଟ୍ରର ଉତ୍ତର ଭାରତୀୟର ପ୍ରମୁଖ ନେତା ତଥା କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା କ୍ରିପାଶଙ୍କର ସିଂହ ବୁଧବାର ହାତ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ମୁମ୍ବାଇ ସ୍ଥିତ ଭାଜପା କାର୍ଯ୍ୟାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଓ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପସ୍ଥିତିରେ କ୍ରିପାଶଙ୍କର ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। କ୍ରିପାଶଙ୍କରଙ୍କୁ ଉତ୍ତରୀୟ ପିନ୍ଧାଇବା ସହ ପୁଷ୍ପଗୁଚ୍ଛ ଦେଇ ଦଳରେ ସ୍ବାଗତ କରାଯାଇଥିଲା। ବର୍ତ୍ତମାନ ସମୟରେ କ୍ରିପାଶଙ୍କର ଭାଜପାରେ ସାମିଲ ହେବା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଆସନ୍ତା ବର୍ଷ ବୃହନ ମୁମ୍ବାଇ ମହାନଗରପାଳିକା(ବିଏମ୍‌ସି)ରେ ନିର୍ବାଚନ ଅନୁଷ୍ଠିତ ହେବ। କିଛି ବର୍ଷ ହେଲା ଉତ୍ତର ଭାରତୀୟ ଭାଜପାର ମୁଖ୍ୟ ଭୋଟ ବ୍ୟାଙ୍କ ରହିଆସିଛି। ଏଭଳି ସ୍ଥିତିରେ କ୍ରିପାଶଙ୍କର ଦଳର ଭୋଟ ବ୍ୟାଙ୍କ ବୃଦ୍ଧି କରିବାରେ ସହାୟକ ହୋଇପାରନ୍ତି ବୋଲି ଆଶା କରାଯାଉଛି।

Share