Categories: ଜାତୀୟ

ମହାରାଷ୍ଟ୍ରରେ ବନ୍ୟା, ଭୂସ୍ଖଳନରେ ଏପର୍ଯ୍ୟନ୍ତ ୧୬୪ ଲୋକଙ୍କ ମୃତ୍ୟୁ: ଶହେରୁ ଅଧିକ ନିଖୋଜ

ମୁମ୍ବାଇ,୨୬।୭: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ଘଟଣାରେ ଏପର୍ଯ୍ୟନ୍ତ ୧୬୪ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଆଉ ୧୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଅନ୍ୟପଟେ ୫୬ ଆହତ ବ୍ୟକ୍ତିଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି। ଏହାପରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ କୋହ୍ଲାପୁର, ସାଙ୍ଗଲି, ସତାରା ଓ ପୁଣେର ପ୍ରାୟ ୮୭୫ଗାଁ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ୨୫ ଏନ୍‌ଡିଆରଏଫ୍‌, ୪ଏସ୍‌ଡିଆରଏଫ୍‌, କୋଷ୍ଟଗାର୍ଡର ୨ଟି ଟିମ୍‌, ନୌସେନାର ୫ ଓ ସେନାର ୩ଟି ଟିମ୍‌ ସାମିଲ ହୋଇଛନ୍ତି। ରତ୍ନଗିରି ଜିଲାର ଚିପଲୁନ ସହରରେ ୫ଟି ରିଲିଫ୍‌ ଶିବିର ଖୋଲାଯାଇଛି। ଅନ୍ୟପଟେ ଚିପଲୁନକୁ ମୁମ୍ବାଇ ସଂଯୋଗ କରୁଥିବା ଏକ ବଶିଷ୍ଠି ନଦୀ ଉପରେ ଥିବା ପୋଲ ଭୁଷୁଡ଼ିପଡ଼ିଛି। ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାଜ୍ୟ ସରକାର ରାୟଗଡ଼ ଓ ରତ୍ନଗିରି ଜିଲାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨କୋଟିର ଜରୁରୀ ଆର୍ଥିକ ସହାୟତା ପ୍ରଦାନ କରିଛିନ୍ତି। ଏଥିସହ ସତାରା, ସାଙ୍ଗଲି, ପୁଣେକୋହ୍ଲାପୁର, ଥାନେ ଓ ସିନ୍ଧୁଦର୍ଗ ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

 

Share