Posted inଜାତୀୟ

ମୋ ବିରୋଧରେ ଚକ୍ରବ୍ୟୁହ ରଚାଯାଇଥିଲା, ଏହା ଶତପ୍ରତିଶତ ସତ: ଫଡନଭୀସ

ପୁଣେ,୧୬।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏନସିପିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ଦୋହରାଇଛନ୍ତି। ସେ କହିଛନ୍ତି, ନଭେମ୍ବର ୨୦୧୯ରେ ଜାତୀୟତାବାଦୀ କଂଗ୍ରେସ(ଏନସିପି) ଦଳର ନେତା ଅଜିତ ପାୱାରଙ୍କ ସହ ସେ ଯେଉଁ ସରକାର ଗଠନ କରିହୋଇଥିଲା ସେଥିରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମର୍ଥନ ରହିଥିଲା। ମୋ ବିରୋଧରେ ଚକ୍ରବ୍ୟୁହ ରଚାଯାଇଥିଲା ଏହା ଶତପ୍ରତିଶତ ସତ ଏବଂ ମୁଁ ମିଛ କହୁନାହିଁ। ମୁଁ ଆଜି ଚାଲିଥିବା ଘଟଣାଗୁଡ଼ିକ ବିଷୟରେ କହିବି ନାହିଁ କିନ୍ତୁ ସମୟ ଆସିବ ଏବଂ ସମୟ ଆସିବ ନାହିଁ ମୁଁ ନିଶ୍ଚିତ ଭାବେ ଏହା କହିବି।
ସୂଚନାଯୋଗ୍ୟ, ନିକଟରେ ଏକ କାର୍ଯ୍ୟକ୍ରମରେ ଫଡନଭୀସ କହିଥିଲେ, ମୋ ସହ ଦୁଇଥର ବିଶ୍ୱାସଘାତକତା କରାଯାଇଛି। ଉଦ୍ଧବ ଠାକରେ ପ୍ରଥମେ କରିଥିଲେ। ଆମେ ତାଙ୍କ ସହ ନିର୍ବାଚନ ଲଢିଥିଲୁ। ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ହେବେ, ସେତେବେଳେ ଉଦ୍ଧବ କରତାଳି ଦେଉଥିଲେ। ଯେତେବେଳେ ନିର୍ବାଚନ ଫଳାଫଳ ବାହାରିଲା, ସଂଖ୍ୟା ଦେଖି ସେମାନେ ଅନୁଭବ କଲେ ଯେ, ତାଙ୍କର ନିଜର ମୁଖ୍ୟମନ୍ତ୍ରୀ ରହିପାରିବେ। ଏହା ପରେ ସେ ମୋ ଫୋନ ମଧ୍ୟ ଉଠାଇ ନ ଥିଲେ। ମୋ ସହିତ ମଧ୍ୟ ଆଲୋଚନା କରି ନ ଥିଲେ। ମୁଖ୍ୟମନ୍ତ୍ରୀ ପଦର ଚେୟାର ତାଙ୍କ ପାଇଁ ଏତେ ପ୍ରିୟ ଥିଲା ଯେ ସେ ଜାତୀୟତାବାଦୀ କଂଗ୍ରେସ(ଏନସିପି) ଏବଂ କଂଗ୍ରେସ ସହିତ ଯାଇଥିଲେ।
ଦ୍ୱିତୀୟ ବିଶ୍ୱାସଘାତକତା ଏନସିପି ଦ୍ୱାରା କରାଯାଇଛି ବୋଲି ଫଡନଭୀସ କହିଛନ୍ତି। ତଥାପି, ମୁଁ ଏଥିପାଇଁ ସେମାନଙ୍କୁ କମ ଦାୟୀ କରେ। ତିନି ବର୍ଷ ପୂର୍ବେ ଯେତେବେଳେ ଭାଜପା ଏନସିପି ସହିତ ମିଶି ସରକାର ଗଠନ କରିଥିଲା ସେତେବେଳେ ଶରଦ ପାୱାର ମଧ୍ୟ ଏକମତ ଥିଲେ। କିନ୍ତୁ ନିଷ୍ପତ୍ତି ପରେ ସେମାନେ କିପରି ବଦଳିଲେ ଆପଣ ସମସ୍ତେ ଦେଖିଥିବେ।
ସୂଚନାଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ମଧ୍ୟ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥିଲେ, କିନ୍ତୁ ପରେ ଶିବସେନା ଏବଂ ଭାଜପା ମଧ୍ୟରେ ମେଣ୍ଟ ହୋଇପାରିଲା ନାହିଁ। ଏହା ପରେ ଦେବେନ୍ଦ୍ର ଫଡନଭୀସ ଅଜିତ ପାୱାରଙ୍କ ସହଯୋଗରେ ସରକାର ଗଠନ କରିଥିଲେ। ଦେବେନ୍ଦ୍ର ଫଡନଭୀସ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ସରକାର ମାତ୍ର ୪୮ ଘଣ୍ଟା ମଧ୍ୟରେ ପଡ଼ିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri