Posted inଜାତୀୟ

ବିଦ୍ରୋହ ପରେ ଦୁଇଗୋଷ୍ଠୀ ଟଣାଓଟରା

ମୁମ୍ବାଇ, ୪ା୭ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ରେ ବିଦ୍ରୋହ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ସୋମବାର ଲୋକ ସଭା ଏମ୍‌ପି ସୁନିଲ ଟାଟ୍‌କାରେଙ୍କୁ ରାଜ୍ୟ ଏନ୍‌ସିପି ମୁଖ୍ୟ ଘୋଷଣା କରିଛନ୍ତି। ଏନ୍‌ସିପି ବିଦ୍ରୋହୀ ଗୋଷ୍ଠୀର ଅନ୍ୟତମ ନେତା ପ୍ରଫୁଲ ପଟେଲ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦଳର ମହାରାଷ୍ଟ୍ର ସଭାପତି ପଦରୁ ଜୟନ୍ତ ପାଟିଲଙ୍କୁ ବହିଷ୍କାର କରାଯାଇ ତାଙ୍କ ସ୍ଥାନରେ ଟାଟ୍‌କାରେଙ୍କୁ ନିଯୁକ୍ତ କରାଯାଇଛି। ଏଣିକି ମହାରାଷ୍ଟ୍ର ପାଇଁ ଏନ୍‌ସିିପିର ସମସ୍ତ ନିଷ୍ପତ୍ତି ଟାଟ୍‌କାରେ ନେବେ ବୋଲି ପଟେଲ କହିଛନ୍ତି।
ଅନ୍ୟପକ୍ଷରେ ଏନ୍‌ସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାଓ୍ବାର ସୋମବାର ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲଙ୍କୁ ତାଙ୍କ ପଦବୀ ସମେତ ଦଳରୁ ବହିଷ୍କାର କରିବା ସହ ଲୋକ ସଭା ଏମ୍‌ପି ଟାଟ୍‌କାରେଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି। ଅଜିତ ପାଓ୍ବାର ୮ ଜଣ ଏନ୍‌ସିପି ବିଧାୟକଙ୍କ ସହ ଏକନାଥ ଶିନ୍ଦେ-ଭାଜପା ସରକାରରେ ସାମିଲ ହେବାର ଦିନକ ପରେ ପାଓ୍ବାର ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଜିତଙ୍କ ସହ ଥିବା ୩ ଏନ୍‌ସିପି ନେତାଙ୍କୁ ପାଓ୍ବାର ବହିଷ୍କାର କରିବା ସହ ୯ ଜଣ ବିଧାୟକ ଏବଂ ୨ ଏମ୍‌ପିଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହି ଏମ୍‌ପିମାନେ ରବିବାର ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ। ବହିଷ୍କୃତ ନେତାଙ୍କ ମଧ୍ୟରେ ଅଛନ୍ତି ଦଳର ଆଞ୍ଚଳିକ ସାଧାରଣ ସମ୍ପାଦକ ଶିବାଜୀ ରାଓ ଗାର୍ଜେ, ଦଳର ଆକୋଲା ସିଟିର ଜିଲା ସଭାପତି ବିଜୟ ଦେଶମୁଖ ଏବଂ ମୁମ୍ବାଇ ଡିଭିଜନର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ରାଣେ। ଏହି ନେତାମାନଙ୍କ କାର୍ଯ୍ୟ ଦଳର ଶୃଙ୍ଖଳା ବିରୋଧୀ ଏବଂ ଦଳୀୟ ନୀତିର ବିରୁଦ୍ଧାଚରଣ କରୁଥିବାରୁ ସେମାନଙ୍କ ସଭ୍ୟପଦ ଓ ଦଳୀୟ ପଦବୀକୁ ତୁରନ୍ତ ରଦ୍ଦ କରାଗଲା ବୋଲି ଏନ୍‌ସିପି ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ୯ ଜଣ ଏନ୍‌ସିପି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ନେଇ ଏକ ପ୍ରସ୍ତାବକୁ ଦଳର ରାଜ୍ୟ ଶୃଙ୍ଖଳା କମିଟିରେ ଗୃହୀତ କରାଯାଇଛି।
ଏକନାଥ ଶିନ୍ଦେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅଜିତ ପାଓ୍ବାର ଓ ଅନ୍ୟ ୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଏନ୍‌ସିପି ପକ୍ଷରୁ ହୋଇଥିବା ଆବେଦନ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର କହିଛନ୍ତି। ଅଜିତଙ୍କ ସମେତ ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଗୃହୀତ ହେବା ପରେ ଭାରତର ନିର୍ବାଚନ କମିଶନଙ୍କୁ ଇମେଲ୍‌ ଯୋଗେ ଜଣାଇଦିଆଯାଇଥିବା ଏନ୍‌ସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri