ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ଶିଜାନଙ୍କୁ ଜାମିନ

ନୂଆଦିଲ୍ଲୀ,୪।୩: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ବନ୍ଧୁ ଶିଜାନ ଖାନଙ୍କୁ ଜାମିନ ମିଳିଛି। ମହାରାଷ୍ଟ୍ର କୋର୍ଟ ତାଙ୍କୁ ଶନିବାର ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ୧ଲକ୍ଷ ଟଙ୍କାର ବଣ୍ଡ ପରେ ଶିଜାନ ବାହାରକୁ ଆସିଛନ୍ତି। ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ଶିଜାନଙ୍କୁ ଗିରଫ କରାଯାଇଥିଲା।

ଗତ ଡିସେମ୍ବର ୨୪ରେ ଶୁଟିଂ ସେଟ୍‌ରେ ଝୁଲନ୍ତା ଅବସ୍ଥାରେ ତୁନିଶା ଶର୍ମାଙ୍କ ମୃତଦେହ ମିଳିଥିଲା। ତେବେ ଶିଜାନଙ୍କ ସହ ବ୍ରେକ୍‌ଅପ ହେବା ପରେ ତୁନିଶା ଏଭଳି ପଦକ୍ଷେପ ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାପରେ ଶିଜାନଙ୍କୁ ପୋଲିସ ଗିରଫ କରିଥିଲା।

 

Share