Categories: ଜାତୀୟ

୪୦ ଦିନ ପରେ ହେଲା ଶିନ୍ଦେ କ୍ୟାବିନେଟର ସମ୍ପ୍ରସାରଣ, ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସବୁଠାରୁ କମ୍‌

ମୁମ୍ବାଇ,୯ ।୮: ଦୀର୍ଘ ୪୦ ଦିନର ଅପେକ୍ଷା ପରେ ଶେଷରେ ମହାରାଷ୍ଟ୍ରରେ ଶିନ୍ଦେ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି । ମଙ୍ଗଳବାର ମନ୍ତ୍ରୀମାନେ ଶପଥ ନେଇଛନ୍ତି । ନୂଆ କ୍ୟାବିନେଟରେ ୯ ଶିବସେନାର ମନ୍ତ୍ରୀ ଥିବା ବେଳେ ୯ ମନ୍ତ୍ରୀ ଭାରତୀୟ ଜନତା ପାର୍ଟି(ଭାଜପା)ର ରହିଛନ୍ତି । ଏଭଳି ଭାବେ ଶିନ୍ଦେ କ୍ୟାବିନେଟର ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୨୦ ହୋଇଛି । ଶିନ୍ଦେଙ୍କର ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ କମ୍ ଶିକ୍ଷାଗତ ଯୋଗ୍ୟତା ରହିଛି । ତେବେ ଶିନ୍ଦେଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ୧୦ମ ପାସ ।

ସେହିପରି ଶିନ୍ଦେ କ୍ୟାବିନେଟର ସବୁଠାରୁ କମ୍ ବୟସର ମନ୍ତ୍ରୀ ହେଲେ ଉଦୟ ସାମନ୍ତ । ତାଙ୍କୁ ମାତ୍ର ୪୬ ବର୍ଷ ବୟସ । ସାମନ୍ତଙ୍କ ବ୍ୟତୀତ ଶିନ୍ଦେ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କ ବୟସ ୫୦ରୁ ଅଧିକ ।

Share