Posted inଜାତୀୟ

ବିପଦରେ ଐତିହାସିକ ଗେଟ ୱେ ଅଫ ଇଣ୍ଡିଆ!

ନୂଆଦିଲ୍ଲୀ,୯ ।୩: ମୁମ୍ବାଇ ସମୁଦ୍ର କୂଳରେ ଥିବା ଐତିହାସିକ ଗେଟ ୱେ ଅଫ ଇଣ୍ଡିଆ ଏବେ ବିପଦରେ । ଏହାର ନିର୍ମାଣ ପାଖାପାଖି ୧୦୦ ବର୍ଷ ପୁରୁଣା ହେବ । ୨୦୨୪ରେ ଏହା ୧୦୦ ବର୍ଷ ପୂରଣ କରିନେବ । ଏହା ପ୍ରତି ଆସିଥିବା ବିପଦକୁ ନେଇ ମହାରାଷ୍ଟ୍ରର ପ୍ରତ୍ନତତ୍ତ୍ୱ ବିଭାଗ ଏକ ଷ୍ଟ୍ରକ୍‌ଚରାଲ ଅଡିଟ ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟରେ ଚମକାଇବା ଭଳି ତଥ୍ୟ ଦିଆଯାଇଛି ।
ରାଜ୍ୟ ପତ୍ନତତ୍ତ୍ୱ ବିଭାରର ରିପୋର୍ଟ ଅନୁଯାୟୀ, ଗେଟ ୱେ ଅଫ ଇଣ୍ଡିଆର ମୂଳଦୁଆ ଓ ପାଚେରିରେ ଫାଟ ସୃଷ୍ଟି ହେଉଛି । ଫଳରେ ଏହା ଦୁର୍ବଳ ହେବାରେ ଲାଗିଛି । ଏବେ ଏହାକୁ ମରାମତି କରିବା ଜରୁରୀ ହୋଇପଡିଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ମହାରାଷ୍ଟ୍ର ସରକାରଙ୍କୁ ଗେଟ ୱେ ଅଫ ଇଣ୍ଡିଆକୁ ମରାମତି କରିବାକୁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ୧୯୨୪ରେ ଗେଟ ୱେ ଅଫ ଇଣ୍ଡିଆ ମୁମ୍ବାଇର ସମୁଦ୍ର କୂଳରେ ନିର୍ମାଣ କରାଯାଇଥିଲା । କୁହାଯାଏ କି ସେ ସମୟରେ କିଙ୍ଗ ଜର୍ଜ ପଞ୍ଚମଙ୍କ ସ୍ୱାଗତ ପାଇଁ ଏହାକୁ ନିର୍ମାଣ କରାଯାଇଥିଲା । କିଙ୍ଗ ଜର୍ଜ ପଞ୍ଚମ ତାଙ୍କ ଭାରତ ଗସ୍ତ ସମୟରେ ପ୍ରଥମେ ଏହି ଗେଟ ଦେଇ ପ୍ରବେଶ କରିଥିଲେ । ଇଂରେଜଙ୍କ ଶେଷ ଦଳ ବି ଏହି ଗେଟ ୱେ ଅଫ ଇଣ୍ଡିଆ ବାଟ ଦେଶ ଭାରତ ଛାଡି ଚାଲି ଯାଇଥିଲେ ବୋଲି କୁହାଯାଏ । ଆଉ ଭାରତ ବ୍ରିଟିଶ ମୁକ୍ତ ହୋଇ ସ୍ୱାଧିନତା ପାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri