Categories: ଜାତୀୟ

ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା

ମୁମ୍ବାଇ,୧୫।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଠାକରେଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ ଖୁବ ଶୀଘ୍ର ଶିନ୍ଦେ ଗୋଷ୍ଠୀ ତଥା ପ୍ରକୃତ ଶିବସେନାରେ ଯୋଗଦେବେ। କିଛିଦିନ ହେବ ଅନେକ ନେତା ଉଦ୍ଧବଙ୍କ ହାତ ଛାଡି ଶିନ୍ଦେ ଗୋଷ୍ଠୀରେ ସାମିଲ ହେଉଥିବା ଦେଖାଯାଇଛି। ନିକଟରେ ବରିଷ୍ଠ ନେତା ସୁବାଷ ଦେଶାଇଙ୍କ ପୁଅ ଭୂଷଣ ମଧ୍ୟ ଶିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିଲେ।
ଦଳରେ ଚାଲିଥିବା ମତଭେଦ ମଧ୍ୟରେ ଉଦ୍ଧବ ଠାକରେ ଭାଜପା ଏବଂ ଶିନ୍ଦେ ଗୋଷ୍ଠୀକୁ ଟାର୍ଗେଟ୍‌ କରିଛନ୍ତି। ବୁଧବାର ମୁମ୍ବାଇରେ ଭାଜପାକୁ ଆତଙ୍କବାଦୀ ଅଫଜାଲ ଖାନଙ୍କ ସହ ତୁଳନା କରି ସେ କହିଛନ୍ତି ଯେ, ଭାରତ ଉପରେ ଆକ୍ରମଣ କରିବା ସମୟରେ ଅଫଜଲ ଯେଉଁଭଳି ଭାବରେ ଲୋକଙ୍କ ଘର ଭାଙ୍ଗିଥିଲେ, ଭଗବାନଙ୍କ ମନ୍ଦିରକୁ ନଷ୍ଟ କରିଦେଇଥିଲେ। ଆଜି ଭାଜପା ସମାନ କାର୍ଯ୍ୟ କରୁଛି।

Share