Posted inଜାତୀୟ

‘୧୦୦ କୋଟି ଟଙ୍କା ଦିଅ, ମନ୍ତ୍ରୀ ପଦ ନିଅ’

ପୁଣେ,୨୦।୭: ମହାରାଷ୍ଟ୍ରର ପୁଣେରେ ଜଣେ ଭାଜପା ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ନାଁରେ ଠକେଇ ଉଦ୍ୟମ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ଭାଜପା ବିଧାୟକ ରାହୁଲ କୁଲଙ୍କୁ ମହାରାଷ୍ଟ୍ର କ୍ୟାବିନେଟରେ ସ୍ଥାନ ଦେବା ପାଇଁ କହି ୧୦୦ କୋଟି ଟଙ୍କା ମାଗିଥିଲେ।
ନିକଟରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ କରାଯାଇଛି। ନବ ଗଠିତ ସରକାରରେ ଏପର୍ଯ୍ୟନ୍ତ କ୍ୟାବିନେଟ ଗଠନ ହୋଇନାହିଁ। ବର୍ତ୍ତମାନ ଏହି କ୍ୟାବିନେଟରେ କିଏ ରହିବେ ତାହା ଉପରେ ସମସ୍ତଙ୍କ ଧ୍ୟାନ ଦିଆଯାଇଛି। ଏହାର ଫାଇଦା ନେବାକୁ ଚେଷ୍ଟା କରୁଥିବା ଚାରିଜଣ ଅଭିଯୁକ୍ତ କ୍ୟାବିନେଟରେ ମନ୍ତ୍ରୀ ପଦ ଦେବା ନାଁରେ ଭାଜପାର ଡୌଣ୍ଡ ବିଧାୟକ ରାହୁଲ କୁଲଙ୍କୁ ଠକିବାକୁ ଚେଷ୍ଟା କରିଥିଲେ।
ରାହୁଲଙ୍କୁ ୧୦୦ କୋଟି ଟଙ୍କାରେ ମନ୍ତ୍ରୀ ପଦର ଅଫର ମିଳିଥିଲା। ରିୟାଜ ଶେଖ ନାମକ ଜଣେ ବ୍ୟକ୍ତି ଜୁଲାଇ ୧୬ରେ ରାହୁଲଙ୍କ ପିଏଙ୍କୁ ଫୋନ କରିଥିଲେ। ସେ ବିଧାୟକଙ୍କୁ ଭେଟି ଗୋଟିଏ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିବା ଫୋନରେ କହିଥିଲେ। ଏହି ଫୋନ କଲ ପରେ ବିଧାୟକ ରିୟାଜଙ୍କୁ ମୁମ୍ବାଇର ଗୋଟିଏ ହୋଟେଲରେ ଭେଟିଥିଲେ। ଏହି ସମୟରେ ସେ ବିଧାୟକଙ୍କୁ କହିଥିଲେ ଯେ ତା’ର ବଡ ବଡ ରାଜନେତା ଚିହ୍ନା ଅଛନ୍ତି। ସେମାନେ ଚାହିଁଲେ ରାହୁଲ ବେଶ ସହଜରେ ମନ୍ତ୍ରୀ ପଦ ପାଇପାରିବେ। ହେଲେ ଏଥିପାଇଁ ତାଙ୍କ ଠାରୁ ରିୟାଜ ୧୦୦ କୋଟି ଟଙ୍କା ଦାବି କରିଥିଲେ। ବିଧାୟକ ଏହି ପ୍ରସ୍ତାବରେ ରାଜି ଥିବା ଜଣାଇବା ପାଇଁ ସେ ରିୟାଜ ସହ ଟଙ୍କାକୁ ନେଇ ବୁଝାମଣା ଆରମ୍ଭ କରିଥିଲେ। ଶେଷରେ ୯୦ କୋଟି ଟଙ୍କାରେ ଡିଲ ଫାଇନାଲ କରିଥିଲେ। ତେବେ ଏହାର ୨୦% ମନ୍ତ୍ରୀ ହେବା ପୂର୍ବରୁ ଦେବାକୁ ପଡିବ ବୋଲି ରିୟାଜ କହିଥିଲେ। ଏଥିରେ ବିଧାୟକ ରାଜି ହେବା ସହ ଟଙ୍କା ନେବାକୁ ପଛରେ ଆସିବା ପାଇଁ କହିଥିଲେ।
ବିଧାୟକ ରିୟାଜ୍‌ଙ୍କୁ ଏପରି କହିଥିଲେ ସତ, କିନ୍ତୁ ଏନେଇ ଦଳର ବରିଷ୍ଠ ନେତାଙ୍କୁ ଜଣାଇଥିଲେ ଓ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ମୁମ୍ବାଇ ପୋଲିସ କମିଶନର ବିବେକ ଫାନସଲକର ଘଟଣାର ସମୀକ୍ଷା କରିବା ସହ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଯୋଜନା ମୁତାବକ ୧୮ କୋଟି ଟଙ୍କା ଦେବାକୁ ବିଧାୟକ ଜଣକ ରିୟାଜକୁ ହୋଟେଲ ଆସିବା ପାଇଁ କହିଥିଲେ। ଟଙ୍କା ଲୋଭରେ ସେ ନିଜର ଆଉ ୩ ସହଯୋଗୀଙ୍କ ସହ ହୋଟେଲରେ ପହଞ୍ଚିଥିଲେ। ହେଲେ ପୋଲିସ ଟିମ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri