Categories: ଜାତୀୟ

କୋଠା ଭୁଷୁଡି ୧୦ ମୃତ

ଭିୱଣ୍ଡି,୨୧ ।୯: ମହାରାଷ୍ଟ୍ର ଥାନେର ଭିୱଣ୍ଡିରେ ସୋମବାର ସକାଳେ ଏକ ତିନି ମହଲା କୋଠା ଭୁଷୁଡି ପଡିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପଟେଲ କମ୍ପାଉଣ୍ଡରେ ଥିବା ଏହି କୋଠାଟି ସୋମବାର ପ୍ରାୟ ଭୋର ୩ଟା ୪୦ରେ ଭାଙ୍ଗି ପଡିଥିଲା । ଖବରପାଇଁ ଏନ୍‌ଡିଆର୍‌ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ଜଣ ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Share