Categories: ଫୁରସତ

୩ ଦଶନ୍ଧି ପୂର୍ବରୁ ତିଆରି ହୋଇଥିଲା ମହାରାଣୀଙ୍କ କଫିନ୍‌

ଲଣ୍ଡନ: ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାଇଁ ମୃତ୍ୟୁର କଫିନ୍‌ ତିଆରି ହୋଇ ରହିଥିଲା। ରାଜପରିବାରର ପରମ୍ପରା ଅନୁସାରେ ପାଖାପାଖି ୩୨ ବର୍ଷ ପୂର୍ବରୁ ଓକ୍‌ ଗଛର ଶକ୍ତ କାଠରୁ ମହାରାଣୀଙ୍କ ପାଇଁ ଏହି ସ୍ବତନ୍ତ୍ର କଫିନ୍‌ ନିର୍ମିତ ହୋଇଛି। ମହାରାଣୀଙ୍କ ମୃତ୍ୟୁ ପରେ ଏହାକୁ ସ୍କଟ୍‌ଲାଣ୍ଡରୁ ଅଣାଯାଇଥିଲା। ବାହାର ବାୟୁ ଯେମିତି କଫିନ ମଧ୍ୟକୁ ପ୍ରବେଶ ନ କରିବ ସେଥିପାଇଁ ଏହାକୁ ଏୟାର୍‌ ଟାଇଟ୍‌ କରାଯାଇଛି। ଏହି ସ୍ବତନ୍ତ୍ର ପ୍ରକାର କଫିନ୍‌ରେ ରାଜମୁକୁଟ, ଓର୍‌ବ (ଗୋଲାକାର ପଦାର୍ଥ) ଏବଂ ସେପ୍ଟର (ରାଜପରିବାରର ଲୋକେ ବ୍ୟବହାର କରୁଥିବା ବାଡ଼ି) ଖଞ୍ଜା ଯାଇଥାଏ।
ସ୍ବାମୀ ରାଜକୁମାର ଫିଲିପ୍‌ଙ୍କ ପାଇଁ ମଧ୍ୟ ସମାନ ପଦ୍ଧତିରେ କଫିନ୍‌ ତିଆରି କରାଯାଇଥିଲା। ଏଲିଜାବେଥଙ୍କ କଫିନ୍‌ଙ୍କୁ ସେହି କ୍ରିପ୍ଟ (ଶିଳାରେ ତିଆରି ଏକ ପ୍ରକୋଷ୍ଠ, ଯାହା ଚର୍ଚ୍ଚ କିମ୍ବା ବିଲ୍ଡିଂ ତଳେ ତିଆରି ହୋଇଥାଏ) ରେ ପୋତାଯିବ ଯେଉଁଠାରେ ଫିଲିପ୍‌ଙ୍କୁ ସମାଧି ଦିଆଯାଇଛି। ଫିଲିପ୍‌ଙ୍କ ସମାଧି କଡ଼ରେ ଏଲିଜାବେଥଙ୍କୁ ସମାଧି ଦିଆଯିବ ।
କଫିନ୍‌ଟି ଭାରି ହୋଇଥିବା କାରଣରୁ ୮ ଜଣ ଲୋକ ତାକୁ କାନ୍ଦେଇ କ୍ରିପ୍ଟ ନେବେ। କଫିନ୍‌ କେଉଁମାନେ ତିଆରି କରନ୍ତି ତାହା କାହାରିକୁ ଜଣା ନଥିବା ରାଜ ପରିବାରର ଅନ୍ତ୍ୟେଷ୍ଟିକ୍ରିୟା ନିର୍ଦ୍ଦେଶକ ଲେଭେରଟୋନ ଆଣ୍ଡ ସନ୍ସ କହିଛନ୍ତି ।
୧୯୯୧ରୁ ସେ ରାଜପରିବାରରେ କାମ କରିଆସୁଛନ୍ତି। ୧୯ ତାରିଖରେ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାକୁ ଥିବାବେଳେ ଓ୍ବିଣ୍ଡସରରେ ଥିବା କିଙ୍ଗ୍‌ ଜର୍ଜ ଷଷ୍ଠଙ୍କ ମେମୋରିଆଲ ଚାପେଲରେ ଫିଲିପଙ୍କ ପାଖରେ ମହାରାଣୀଙ୍କୁ ସମାଧି ଦିଆଯିବ।

Share