Posted inଫୁରସତ

୩ ଦଶନ୍ଧି ପୂର୍ବରୁ ତିଆରି ହୋଇଥିଲା ମହାରାଣୀଙ୍କ କଫିନ୍‌

ଲଣ୍ଡନ: ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାଇଁ ମୃତ୍ୟୁର କଫିନ୍‌ ତିଆରି ହୋଇ ରହିଥିଲା। ରାଜପରିବାରର ପରମ୍ପରା ଅନୁସାରେ ପାଖାପାଖି ୩୨ ବର୍ଷ ପୂର୍ବରୁ ଓକ୍‌ ଗଛର ଶକ୍ତ କାଠରୁ ମହାରାଣୀଙ୍କ ପାଇଁ ଏହି ସ୍ବତନ୍ତ୍ର କଫିନ୍‌ ନିର୍ମିତ ହୋଇଛି। ମହାରାଣୀଙ୍କ ମୃତ୍ୟୁ ପରେ ଏହାକୁ ସ୍କଟ୍‌ଲାଣ୍ଡରୁ ଅଣାଯାଇଥିଲା। ବାହାର ବାୟୁ ଯେମିତି କଫିନ ମଧ୍ୟକୁ ପ୍ରବେଶ ନ କରିବ ସେଥିପାଇଁ ଏହାକୁ ଏୟାର୍‌ ଟାଇଟ୍‌ କରାଯାଇଛି। ଏହି ସ୍ବତନ୍ତ୍ର ପ୍ରକାର କଫିନ୍‌ରେ ରାଜମୁକୁଟ, ଓର୍‌ବ (ଗୋଲାକାର ପଦାର୍ଥ) ଏବଂ ସେପ୍ଟର (ରାଜପରିବାରର ଲୋକେ ବ୍ୟବହାର କରୁଥିବା ବାଡ଼ି) ଖଞ୍ଜା ଯାଇଥାଏ।
ସ୍ବାମୀ ରାଜକୁମାର ଫିଲିପ୍‌ଙ୍କ ପାଇଁ ମଧ୍ୟ ସମାନ ପଦ୍ଧତିରେ କଫିନ୍‌ ତିଆରି କରାଯାଇଥିଲା। ଏଲିଜାବେଥଙ୍କ କଫିନ୍‌ଙ୍କୁ ସେହି କ୍ରିପ୍ଟ (ଶିଳାରେ ତିଆରି ଏକ ପ୍ରକୋଷ୍ଠ, ଯାହା ଚର୍ଚ୍ଚ କିମ୍ବା ବିଲ୍ଡିଂ ତଳେ ତିଆରି ହୋଇଥାଏ) ରେ ପୋତାଯିବ ଯେଉଁଠାରେ ଫିଲିପ୍‌ଙ୍କୁ ସମାଧି ଦିଆଯାଇଛି। ଫିଲିପ୍‌ଙ୍କ ସମାଧି କଡ଼ରେ ଏଲିଜାବେଥଙ୍କୁ ସମାଧି ଦିଆଯିବ ।
କଫିନ୍‌ଟି ଭାରି ହୋଇଥିବା କାରଣରୁ ୮ ଜଣ ଲୋକ ତାକୁ କାନ୍ଦେଇ କ୍ରିପ୍ଟ ନେବେ। କଫିନ୍‌ କେଉଁମାନେ ତିଆରି କରନ୍ତି ତାହା କାହାରିକୁ ଜଣା ନଥିବା ରାଜ ପରିବାରର ଅନ୍ତ୍ୟେଷ୍ଟିକ୍ରିୟା ନିର୍ଦ୍ଦେଶକ ଲେଭେରଟୋନ ଆଣ୍ଡ ସନ୍ସ କହିଛନ୍ତି ।
୧୯୯୧ରୁ ସେ ରାଜପରିବାରରେ କାମ କରିଆସୁଛନ୍ତି। ୧୯ ତାରିଖରେ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାକୁ ଥିବାବେଳେ ଓ୍ବିଣ୍ଡସରରେ ଥିବା କିଙ୍ଗ୍‌ ଜର୍ଜ ଷଷ୍ଠଙ୍କ ମେମୋରିଆଲ ଚାପେଲରେ ଫିଲିପଙ୍କ ପାଖରେ ମହାରାଣୀଙ୍କୁ ସମାଧି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ…

ପରାଜୟ ପରେ ବାହାନା କରିବା ଆରମ୍ଭ କଲେ ଋତୁରାଜ ଗାୟକୱାଡ; ଦର୍ଶାଇଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରମୁଖ କାରଣ

ନୂଆଦିଲ୍ଲୀ,୩୧।୩: ଗୁଆହାଟୀରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମ ଦାର ପରାଜୟ ପରେ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ପରାଜୟର କାରଣ…

ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଲେ ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଭବାନୀପାଟଣା,୩୧ା୩(ଉତ୍ତମ କୁମାର ଦାଶ):ମାଇଁ ଭାରତ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ପାଇଁ କଳାହାଣ୍ଡି ଜିଲାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri