Posted inଜାତୀୟ

‘ମହାରାଜାମାନେ ବର୍ତ୍ତମାନର ସରକାରଠାରୁ ବହୁଗୁଣରେ ଭଲ’

ଜମ୍ମୁ, ୨୫।୧୨: ଜମ୍ମୁ-କଶ୍ମୀରରେ ଗତ ଅଢ଼େଇ ବର୍ଷ ହେବ ବ୍ୟବସାୟ ଏବଂ ବିକାଶମୂଳକ କାର୍ଯ୍ୟ ଅଟକିଯାଇଛି। ଜନସାଧାରଣଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦିଆଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି।

କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରି ଗୁଲାମ ନବୀ କହିଛନ୍ତି, ମହାରାଜାମାନଙ୍କ ସ୍ବେଚ୍ଛାଚାରୀ ଶାସନ ବର୍ତ୍ତମାନର ବ୍ୟବସ୍ଥାଠାରୁ ବହୁତ ଭଲ ଥିଲା। ଜମ୍ମୁ-କଶ୍ମୀରରେ ଦୀର୍ଘବର୍ଷରୁ ଚଳିଆସୁଥିବା ଦରବାର ପରିବର୍ତ୍ତନ ପରମ୍ପରାକୁ ବର୍ତ୍ତମାନର ସରକାର ଉଚ୍ଛେଦ କରିଦେଇଛନ୍ତି। ଦରବାର ପରିବର୍ତ୍ତନରେ ସଚିବାଳୟ ଓ ଅନ୍ୟ ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକ ଗ୍ରୀଷ୍ମ ୬ ମାସ ଶ୍ରୀନଗରରେ ଏବଂ ବର୍ଷର ଅବଶିଷ୍ଟ ସମୟ ଜମ୍ମୁରେ କାର୍ଯ୍ୟ କରୁଥିଲା। ୧୮୭୨ରେ ମହାରାଜା ଗୁଲାବ ସିଂ ଏହି ପରମ୍ପରା ଆରମ୍ଭ କରିଥିଲେ। ଗତ ଜୁନ୍‌ ୨୦ରେ ଉପରାଜ୍ୟପାଳ ମନୋଜ ସିହ୍ନା ଉକ୍ତ ପରମ୍ପରା ଉଚ୍ଛେଦ ହେଲା ବୋଲି ଘୋଷଣା କରିଥିଲେ। ମହାରାଜାମାନେ ୩ଟି ବ୍ୟବସ୍ଥା ଛାଡ଼ିଯାଇଥିଲେ, ଯାହା ଉଭୟ ଜମ୍ମୁ ଓ କଶ୍ମୀର ଅଞ୍ଚଳର ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ଥିଲା। ସେଥିରୁ ଗୋଟିଏ ଦରବାର ପରିବର୍ତ୍ତନ ବୋଲି ଗୁଲାମ ନବୀ କହିଛନ୍ତି। ସେହିପରି ମହାରାଜା ହରି ସିଂ ରାଜ୍ୟ ବାହାର ଲୋକଙ୍କଠାରୁ ଜମି ଓ ନିଯୁକ୍ତି ସୁରକ୍ଷା ପାଇଁ ବ୍ୟବସ୍ଥା କରିଥିଲେ। ବର୍ତ୍ତମାନର ସରକାର ଦରବାର ପରିବର୍ତ୍ତନ, ଜମି ଓ ନିଯୁକ୍ତି ସୁରକ୍ଷା ଏବଂ ସମ୍ବିଧାନର ଅନୁଚ୍ଛେଦ ୩୭୦ ରାଜ୍ୟବାସୀଙ୍କଠାରୁ ଛଡ଼ାଇ ନେଇଛନ୍ତି। ସେତେବେଳେ ଏକଚ୍ଛତ୍ରବାଦୀ କୁହାଯାଉଥିବା ଏହି ମହାରାଜାମାନେ ବର୍ତ୍ତମାନର ସରକାରଠାରୁ ବହୁଗୁଣରେ ଭଲ ଥିଲେ ବୋଲି ଏବେ ଅନୁଭୂତ ହେଉଥିବା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri