ମହାପ୍ରଭୁଙ୍କ ସରିଲା ଝୁଲଣ ଯାତ୍ରା

ପୁରୀ ଅଫିସ,୧୪ ।୮: ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଝୁଲଣଯାତ୍ରା ଭାଦ୍ରବ ମାସ କୃଷ୍ଣ ପ୍ରତିପଦା ତିଥି ଶନିବାର ଶେଷ ହୋଇଛି। ପ୍ରତିଦିନ ପରି ଝୁଲଣର ଶେଷ ଦିନରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ମହାପ୍ରଭୁଙ୍କ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜରେ ବିରାଜମାନ କରିଥିଲେ। ମୁକ୍ତିମଣ୍ଡପରେ ନିର୍ମାଣ କରାଯାଇଥିବା ଝୁଲଣ କୁଞ୍ଜରେ ପ୍ରଭୁ ମଦନମୋହନଙ୍କ ରାସ ଅନୁଷ୍ଠିତ ହୋଇଥିଲା। ଏହାକୁ ଶରତ ରାସ ବୋଲି ମଧ୍ୟ କୁହାଯାଏ ଏହି କୁଞ୍ଜରେ କେବଳ ଦେବା ଦେବୀ ନୁହେଁ, ସଖୀ, ପଶୁ, ପକ୍ଷୀ ତଥା ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ। ଏହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଥାଏ। ଶ୍ରୀମନ୍ଦିର ସମେତ ପୁରୀର ସମସ୍ତ ମଠ ବାଡିରେ ମଧ୍ୟ ଝୁଲଣ ଯାତ୍ରା ହୋଇଥାଏ। ଗତ ଦୁଇବର୍ଷ କରୋନା ପାଇଁ ଏହି ଯାତ୍ରା ହୋଇ ନ ଥିବାବେଳେ ଚଳିତବର୍ଷ ହୋଇଥିଲେ ମଧ୍ୟ ଭକ୍ତଙ୍କ ସଂଖ୍ୟା କମ୍‌ ରହିଥିଲା। ଶ୍ରୀମନ୍ଦିର ଚାରିପାଖରେ ଥିବା ପ୍ରାୟ ୧୬ରୁ ଅଧିକ ମଠକୁ ଐତିହ୍ୟ କରିଡର ନାମରେ ଉଚ୍ଛେଦ କରାଯାଇଛି। ତେଣୁ କିଛି ହାତ ଗଣତି ମଠରେ ଝୁଲଣ ଯାତ୍ରା ହୋଇଥିଲା। ଝୁଲଣ ଯାତ୍ରାରେ ମୁଖ୍ୟତଃ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, କାରିଗରି ଦେଖିବାକୁ ମିଳୁଥିଲା। ଯାହା ଏବେ ବିଲୁପ୍ତ ପ୍ରାୟ ହୋଇପଡିଛି। ନିଜସ୍ବ କଳା ସଂସ୍କୃତି ଆଉ ଦେଖାଯାଉନାହିଁ।
ଏ ନେଇ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ଝୁଲଣର ଯେଉଁ ରହସ୍ୟ ରହିଥିଲା ତାହା ଏବେ ଆଉ ଲୋକଙ୍କ ପାଖରେ ନାହିଁ। ଝୁଲଣରେ କେବଳ ଦେବାଦେବୀଙ୍କୁ ଝୁଲାଯାଏ ତାହା ନୁହେଁ। ଝୁଲଣ ଉପାସନା ଭିତରେ ସେବା ଓ ତ୍ୟାଗ ମନୋବୃତ୍ତିର ରହିଥାଏ। ପ୍ରଭୁଙ୍କ ନିକଟତର ହେବା ପାଇଁ ଝୁଲଣ ଏକ ମାଧ୍ୟମ। ତେବେ ବର୍ତ୍ତମାନ ଝୁଲଣର ଆଧ୍ୟାମତ୍କତା ହ୍ରାସ ଘଟିଛି। ଖାଲି ପରମ୍ପରାକୁ ବଜାଇ ରଖିବା ପାଇଁ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଫଳରେ ଏବେ ଝୁଲଣର ଆର୍କଷଣ ପୁରୀ ବାସୀ ତଥା ଆଖପାଖ ଲୋକଙ୍କ ପାଇଁ ରହୁନାହିଁ। ପୂର୍ବରୁ କଥାରେ ଥିଲା ବଳଙ୍ଗା ମେଳଣ ଏବଂ ଶ୍ରୀକ୍ଷେତ୍ର ଝୁଲଣ। ଶ୍ରୀମନ୍ଦିର ଚାରିପାଖରେ ଥିବା ମଠଗୁଡିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଆବଶ୍ୟକ। ଯେଉଁ ମଠ ଭାଙ୍ଗିଛି ସେମାନଙ୍କ ମଠରେ ଝୁଲଣ କରିବା ସହ ମଠର ପରିସୀମା ମଧ୍ୟରେ ସରକାର ସହଯୋଗ କରନ୍ତୁ। ଫଳରେ ଶ୍ରୀକ୍ଷେତ୍ର ଝୁଲଣ ତା’ର ପୂର୍ବ ଚମକ ଫେରିପାଇବ। ସେହିପରି ଝୁଲଣରେ କଳାକାରମାନେ ସାଜସଜ୍ଜା କରି ତାଙ୍କ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ରୋଜଗାର କରୁଥିଲେ। ସେମାନେ ଏବେ ତାଙ୍କ କଳା ହରାଇବାକୁ ବସିଛନ୍ତି। ତେଣୁ ଝୁଲଣର ଚମକ ଫେରିଲେ ପୁରୀର ବିଭିନ୍ନ କାରିଗରମାନେ ସେମାନଙ୍କ କଳାକୁ ଲୋକଲୋଚନକୁ ଆସିପାରିବ। କଳା ସଂସ୍କୃତି ବଞ୍ଚତ୍ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହୋଇଗଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri