ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୯ ଯାଏ ସାଧାରଣ ଦର୍ଶନ ମନା

ପୁରୀ ଅଫିସ,୨୧।୩: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ । ଏ ନେଇ ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ସର୍ବସାଧାରଣ ଠାକୁର ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ମହାପ୍ରଭୁଙ୍କ ଦିତୀୟ ଭୋଗ ମଣ୍ଡପ ନୀତି ପରେ ଏହି ସତନ୍ତ୍ର ସେବା ହେବ । ଠାକୁରଙ୍କ ଦତମହାପାତ୍ର ସେବକମାନେ ଏହି ସେବା କରିବେ ।