ମହାପ୍ରଭୁଙ୍କ ଆରମ୍ଭ ନାହିଁ କି ଶେଷ ନାହିଁ, ସେ ଆମ ସମସ୍ତଙ୍କ ସୃଷ୍ଟିକର୍ତ୍ତା: ତଥାଗତ

ପୁରୀ, ୨୩ା୧୦(ଅଜିତ୍‌ କୁମାର ମହାନ୍ତି): ପୁରୀରେ ମହାପ୍ରଭୁ ଅବସ୍ଥାନ କରନ୍ତି। ତାଙ୍କର ଧର୍ମ ନାହିଁ କି ଅନ୍ତ ନାହିଁ। ସେ ଗୋଟିଏ ଠାକୁର, ଯାହାର ଆରମ୍ଭ ନାହିଁ କି ଶେଷ ନାହିଁ। ସେ ଆମ ସମସ୍ତଙ୍କ ମା’ ଏବଂ ବାପା, ଆମ ସମସ୍ତଙ୍କ ସୃଷ୍ଟିକର୍ତ୍ତା। ସେ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ତେଣୁ ମହାପ୍ରଭୁ ସମସ୍ତଙ୍କୁ ସୁସ୍ଥ ରଖନ୍ତୁ ବୋଲି ପୁରୀ ରେଲୱେ ଷ୍ଟେଶନ ଟ୍ୟାକ୍ସି ଆସୋସିଏଶନ୍‌ ପକ୍ଷରୁ ୧୬ତମ ବାର୍ଷିକ ମା’କାଳୀଙ୍କ ପୂଜା ମହୋତ୍ସବର ବୁଧବାର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଏହା କହିଛନ୍ତି।
ରେଳଷ୍ଟେଶନ ପରିସରରେ ଅନୁଷ୍ଠିତ ପୂଜା ମଣ୍ଡପରେ ମା’ କାଳୀଙ୍କୁ ମୁଖ୍ୟ ଅତିଥି ସତପଥୀ ଏବଂ ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ଦର୍ଶନ କରିବା ସହ ମହୋତ୍ସବ ମଣ୍ଡପରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ତଥାଗତ କହିଥିଲେ ଯେ, ପୁରୀରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ସେ ପୁରୀର ଲୋକ। ୭୦ ଦଶକରେ ପୁରୀରେ ଜାଗା କିଣିବାକୁ ଆସିଥିଲେ। ମାତ୍ର ତା’ପୂର୍ବରୁ ମା’ ନନ୍ଦିନୀ ଶତପଥୀ, ଅଜା କାଳିନ୍ଦୀ ଚରଣ ପାଣିଗ୍ରାହୀ, ଆଈଙ୍କ ପରିବାର ସବୁ ପୁରୀର ଅଟନ୍ତି। ତେଣୁ ସେ ଅଧା ଢେଙ୍କାନାଳିଆ ଆଉ ଅଧେ ପୁରୀର। ବର୍ତ୍ତମାନ ଟୁରିଜମ୍‌ ଏବେ ବିଶ୍ୱରେ ପହଞ୍ଚତ୍ଛି। ପର୍ଯ୍ୟଟନ ଓ ପର୍ଯ୍ୟଟକଙ୍କ ଉପରେ ଯୁବ ଭାଇମାନେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ ଅଟନ୍ତି। ପୁରୀର ଗୋଟିଏ ବିଶ୍ୱସନୀୟତା ଥିଲା ଓ ରହିଛି, ଯାହାଫଳରେ ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରନ୍ତି ସେମାନେ ପୁରୀକୁ ଆସିଥାନ୍ତି ଏବଂ ଯେଉଁମାନଙ୍କ ଶ୍ରୀମନ୍ଦିର ଭିତରେ ପ୍ରବେଶ ଉପରେ ବାରଣ ରହିଛି, ସେମାନେ ମଧ୍ୟ ପୁରୀକୁ ଆସିଥାନ୍ତି। ଦୂରରୁ ଠିଆ ହୋଇ ମହାପ୍ରଭୁଙ୍କ ଦର୍ଶନ କରି କାନ୍ଦି ପକାଇଥାନ୍ତି। ପରବର୍ତ୍ତୀ ସମୟରେ ଯେତେବେଳେ ତାଙ୍କୁ ପଚରାଯାଏ କାହିକିଁ କାନ୍ଦୁଛନ୍ତି, ସେମାନେ କିଛି ମଧ୍ୟ କହି ପାରି ନ ଥାନ୍ତି। ଏହାହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହନୀୟତା ବୋଲି ତଥାଗତ କହିଥିଲେ। ସେହିପରି ଅନ୍ୟତମ ଅତିଥି ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମତବ୍ୟକ୍ତ କରି ଦେଶରେ ଅନେକ ସ୍ଥାନରେ ପର୍ଯ୍ୟଟନ କ୍ଷେତ୍ର କିମ୍ବା ତୀର୍ଥ କ୍ଷେତ୍ର ଦେଖାଯାଇଥାଏ। ମାତ୍ର ଶ୍ରୀକ୍ଷେତ୍ର ପୁରୀ ଏକ ଏପରି ସ୍ଥାନ, ଯାହା ଉଭୟ ତୀର୍ଥକ୍ଷେତ୍ର ସହ ଏକ ପର୍ଯ୍ୟଟନ କ୍ଷେତ୍ରର ମିଳନ ସ୍ଥଳୀ। ତେଣୁ ଭକ୍ତ ଓ ପର୍ଯ୍ୟଟକ ଉଭୟେ ପୁରୀକୁ ଆସିଥାନ୍ତି। ଯେତେବେଳେ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି, ସେତେବେଳେ ସେମାନଙ୍କ ପ୍ରଥମ ସାକ୍ଷାତ୍‌ ଟ୍ୟାକ୍ସି ଚାଳକମାନଙ୍କ ସହ ହୋଇଥାଏ। ସେମାନେ ଆପଣମାନଙ୍କୁ ବିଶ୍ୱାସ କରିଥାନ୍ତି। ତେଣୁ ଭକ୍ତ ଓ ପର୍ଯ୍ୟଟକମାନେ ଯେପରି ପୁରୀ ଆସି ଭଲ ଅନୁଭୂତି ନେଇ ଫେରିବେ ସେ ସମସ୍ତଙ୍କର ଦାୟିତ୍ୱ। ପର୍ଯ୍ୟଟନର ବିକାଶ ହେବା ଆବଶ୍ୟକ। ଟ୍ୟାକ୍ସି ଚାଳକ ସଂଘର ଉନ୍ନତି ପାଇଁ ସାଂସଦ ପାଣ୍ଠିରୁ ଅର୍ଥ ପ୍ରଦାନ କରିବେ ବୋଲି ଖୁଣ୍ଟିଆ ପ୍ରତିଶ୍ରୁତି ଦେବା ସହ ସମସ୍ତେ ଅତିଥି ଦେବୋ ଭବର ମନୋବୃତ୍ତିି ରଖି କାର୍ଯ୍ୟ କରିବାକୁ ଖୁଣ୍ଟିଆ କହିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବରେ ରେଳ ସୁରକ୍ଷା ଥାନା ଅଧିକାରୀ ହରିଦର୍ଶନ ଶର୍ମା, ବରିଷ୍ଠ ଆଇନଜୀବୀ ଶୁଭେନ୍ଦୁ ମହାପାତ୍ର ,ଆସୋସିଏଶନ୍‌ର ଉପଦେଷ୍ଟା ସୋମନାଥ ସାହୁ , ଆସୋସିଏଶନ୍‌ର ସଭାପତି କବିଚନ୍ଦ୍ର ପାଇକରାୟ ଏବଂ ସମ୍ପାଦକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ଆସୋସିଏଶନର ସଭାପତି ପାଇକରାୟ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଆସୋସିଏଶନ ପକ୍ଷରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କୁ ଉପଢୈାକନ, ଫୁଲତୋଡ଼ା ଏବଂ ମା’ଙ୍କ ଏକ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଉପଦେଷ୍ଟା ସୋମନାଥ ସାହୁ କହିଥିଲେ କି ଧରିିତ୍ରୀ ଖବରକାଗଜ ସର୍ବଦା ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଆସିଛି। ତେଣୁ ଜନସାଧାରଣଙ୍କ ନିକଟରେ ଧରିତ୍ରୀ ଖବରକାଗଜ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବା ସହ ଆପଣାର ହୋଇପାରିଛି। ଏଥିପାଇଁ ଧରିତ୍ରୀ ସମ୍ପାଦକ ସତପଥୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଥିଲେ। ସେହିପରି ରାଜ୍ୟ ସଭା ସାଂସଦ ଲକି ଖୁଣ୍ଟିଆ ଏବଂ ଆଇନଜୀବୀ ଶୁଭେନ୍ଦୁ ମହାପାତ୍ରଙ୍କ ଆସୋସିଏଶନ୍‌ ପ୍ରତି ଥିବା ଭଲପାଇବା ଓ କାର୍ଯ୍ୟ ପାଇଁ ସାହୁ ଉଭୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ରେଳଷ୍ଟେଶନର ୪ନଂ. ପ୍ଲାଟଫର୍ମ ଟ୍ୟାକ୍ସି ସଂଘର କର୍ମକର୍ତ୍ତମାନେ ମୁଖ୍ୟ ଅତିଥି ଧରିତ୍ରୀର ଏଡିଟର ସତପଥୀ ଓ ରାଜ୍ୟ ସଭା ସାଂସଦ ଖୁଣ୍ଟିଆଙ୍କୁ ସମ୍ମାନିତ କରିଥିଲେ। ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥିମାନେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ନିଆଁ ରୋକିବା ପାଇଁ ସାଇକେଲ ରାଲି: କଣ୍ଟେଇପଲ୍ଲୀ ଭିଏସଏସ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି

ଭଞ୍ଜନଗର,୧୯।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା। ଏହାକୁ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri