Categories: ଜାତୀୟ

ଟିକାଏତ୍‌ଙ୍କୁ ମହାପଞ୍ଚାୟତ ଭରସା

ଗାଜିଆବାଦ, ୧୩।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବରରୁ ହଜାର ହଜାର ଚାଷୀ ଆନ୍ଦୋଳନ ଚଳାଇଥିବାବେଳେ ବିଭିନ୍ନ ରାଜ୍ୟରେ ମହାପଞ୍ଚାୟତର ଆୟୋଜନ କରାଯାଉଛି। ଆସନ୍ତା ରବିବାରଠାରୁ ହରିୟାଣା, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ୭ଟି କୃଷକ ମହାପଞ୍ଚାୟତର ଆୟୋଜନ କରାଯିବ। ଏଥିରେ ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ୍‌ ଯୋଗଦେଇ ଚାଷୀ ଆନ୍ଦୋଳନ ସପକ୍ଷରେ ସମର୍ଥନ ସଂଗ୍ରହ କରିବେ। ୨୩ ତାରିଖ ପର୍ଯ୍ୟନ୍ତ ଏଭଳି ମହାପଞ୍ଚାୟତ ଚାଲିବ ବୋଲି ବିକେୟୁର ଗଣମାଧ୍ୟମ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ମଲିକ୍‌ କହିଛନ୍ତି।
ହରିୟାଣାର କର୍ନଲ, ରୋହତକ୍‌, ସିର୍ସା ଏବଂ ହିସାର ଜିଲା ସମେତ ମହାରାଷ୍ଟ୍ରର ଆକୋଲା ଏବଂ ରାଜସ୍ଥାନରେ ସିକାର ଜିଲାରେ ମହାପଞ୍ଚାୟତ ଅନୁଷ୍ଠିତ ହେବ। ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ସହ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ପାଇଁ ଚାଷୀ ସଂଗଠନଗୁଡ଼ିକ ଦାବି କରୁଛନ୍ତି। ସରକାର ଓ କୃଷକ ନେତାଙ୍କ ମଧ୍ୟରେ ୧୧ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ସମାଧାନର ସୂତ୍ର ବାହାରିପାରିନାହିଁ।

Share