ସ୍ତ୍ରୀଙ୍କୁ ଗିରଫ ପରେ ଭିଜିଲାନ୍ସ ଅଫିସ୍‌ରେ ହାଜର ହେଲେ ମାହାଙ୍ଗା ଆଇଆଇସି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ଗିରଫ ଘଟଣାରେ ମାହାଙ୍ଗା ଆଇଆଇସି ଭିଜିଲାନ୍ସ ଅଫିସ୍‌ରେ ହାଜର ହୋଇଛନ୍ତି। ଭିଜିଲାନ୍ସ ନିର୍ଦ୍ଦେଶରେ ସେ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।
ନିନାଙ୍କ ସ୍ବାମୀ ହେଉଛନ୍ତି ମାହାଙ୍ଗା ଥାନା ଆଇଆଇସି ନୀହାର ରଞ୍ଜନ ମହାନ୍ତି। ନିନା ଗାଡ଼ିରେ ୬ ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଟଙ୍କା ବାବଦରେ ନିନା ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି।
ନିନା ଓ ତାଙ୍କ ସମ୍ପର୍କୀୟଙ୍କ ଏକାଧିକ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ନିନାଙ୍କ ମାହାଙ୍ଗାସ୍ଥିତ ବାସଭବନରେ ତାଲା ପଡ଼ିଥିବାରୁ ଚଢ଼ାଉ ହୋଇ ପାରି ନ ଥିଲା। ନୀହାର ରଞ୍ଜନ ରେଡ୍‌ ହେଉଥିବା ଜାଣି ତାଲା ପକାଇ ଚାଲିଯିବା ଘଟଣାକୁ ଅସ୍ବୀକାର କରିଛନ୍ତି। ପରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।