ରୋଚକ ମୋଡ଼ ନେଉଛି ମାହାଙ୍ଗା ଡବଲ ମର୍ଡର ଘଟଣା, ଥାନାଧିକାରୀଙ୍କ ପାଇଁ ବଢୁଛି ଅଡୁଆ

ନିଶ୍ଚିନ୍ତକୋଇଲି,୮ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଏହି ଘଟଣାରେ ଜେଏମ୍‌ଏଫ୍‌ସି କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ୍‌ କେସ୍‌ ଡାଏରୀ ଓ ସିଡିଆର ସଂରକ୍ଷଣ କରିଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଥାନାଧିକାରୀ ଜେଏମ୍‌ଏଫ୍‌ସିଙ୍କର ଏହି ନିର୍ଦ୍ଦେଶର ପୁନର୍ବିଚାର ପାଇଁ ସାଲେପୁର ଏଡିଜେ କୋର୍ଟରେ ଆବେଦନ କରିଥିଲେ। ତାହା ଆଜି ମାନ୍ୟବର ଏଡିଜେ ଖାରଜ କରି ଦେଇଛନ୍ତି। ଗତ ୪ ତାରିଖରେ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଏହି ମାସ ୧୦ ତାରିଖ ପୂର୍ବାହ୍ନ ସୁଦ୍ଧା କୋର୍ଟରେ ଜମା କରିବା ସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ତାହା ମଧ୍ୟ ୧୦ ତାରିଖରେ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ପ୍ରୋଟେଷ୍ଟ ପିଟିଶନର ଶୁଣାଣି କରି ୨୪/୮ଏବଂ ୨୮/୧୧ରେ ଜେଏମ୍‌ଏଫ୍‌ସି ପୋଲିସକୁ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ସଂରକ୍ଷଣ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଇଥିଲେ କିନ୍ତୁ ପୋଲିସ କେବଳ ସମୟ ମାଗୁଥିଲା। ଆଜି କଟକ ଏସ୍‌ପିଙ୍କ ଚିଠି ଓ ମାହାଙ୍ଗା ଆଇଆଇସିଙ୍କ ସତ୍ୟପାଠ ବଳରେ ଜେଏମ୍‌ଏଫ୍‌ସିଙ୍କ ନିର୍ଦ୍ଦେଶର ପୁନଃ ବିଚାର ପାଇଁ ଏଡିଜେ କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି।