Posted inରାଜ୍ୟ

ମହାନଦୀ ଜଳ ବିବାଦ: କେନ୍ଦ୍ରକୁ ଟ୍ରିବ୍ୟୁନାଲ ନୋଟିସ

ଭୁବନେଶ୍ୱର,୯। ୮(ବ୍ୟୁରୋ): ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ କେତୋଟି ବ୍ୟାରେଜ ନିର୍ମାଣ କରିଛି ସେ ନେଇ ତଥ୍ୟ ଦେବାକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଶନିବାର କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଜଳ ବିବାଦ ଶୁଣାଣି କରି ଓଡ଼ିଶା ସରକାରଙ୍କ ଆବେଦନ ଉପରେ ଏହି ନୋଟିସ୍‌ ଦିଆଯାଇଛି। ଏଥିସହିତ ମହାନଦୀ ଜଳ ବିବାଦ ସମ୍ପର୍କିତ ସମସ୍ତ ତଥ୍ୟ କମନ୍‌ ଫର୍ମାଟ୍‌ରେ ଦେବାକୁ ଜଷ୍ଟିସ୍‌ ଏ.ଏମ୍‌. ଖାନଓ୍ବିଲକରଙ୍କ ଅଧ୍ୟକ୍ଷତାରେ ତଥା ଇନ୍ଦରମିତ କୌର ଏବଂ ରବି ରଞ୍ଜନଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରିଷ୍ଣା ଓ କାବେରୀ ନଦୀ ଜଳ ବିବାଦ ଢାଞ୍ଚାରେ ମହାନଦୀ ଜଳ ବିବାଦର ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହିତ ଓଡ଼ିଶା ସରକାର ମହାନଦୀ ଜଳ ବିବାଦ ନେଇ ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଦେବାକୁ ଖଣ୍ଡପୀଠ କେନ୍ଦ୍ରୀୟ ଜଳ ଆୟୋଗ, ଭାରତୀୟ ପାଣିପାଗ ବିଭାଗ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୯ରେ ହେବ।

ଓଡ଼ିଶା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୋହନ କାଟର୍କି କ୍ରିଷ୍ଣା ଓ କାବେରୀ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଭଳି ସମସ୍ତ ତଥ୍ୟ ଥିବା କମନ ଫର୍ମାଟ୍‌ ଦାଖଲ କରିଛନ୍ତି । ସେହି ଫର୍ମାଟ୍‌ ଅନୁଯାୟୀ ମହାନଦୀ ଜଳ ବିବାଦ ମାମଲା ପରିଚାଳନା କରାଯିବ। ଓଡ଼ିଶା, ଛତିଶଗଡ଼ ଓ ଅନ୍ୟାନ୍ୟ ରାଜ୍ୟ ଦ୍ୱାରା ବ୍ୟବହାର କରାଯାଉଥିବା ମହାନଦୀ ଜଳର ସମସ୍ତ ତଥ୍ୟକୁ ନେଇ ଏକ କମନ ଫର୍ମାଟ୍‌ରେ ପ୍ରସ୍ତୁତ କରାଯାଉ, ଯଦ୍ଦ୍ବାରା ଟ୍ରିବ୍ୟୁନାଲ ଶୁଣାଣି ବେଳେ ସେହି ତଥ୍ୟଗୁଡ଼ିକୁ ବ୍ୟବହାର କରିପାରିବେ ବୋଲି କାଟର୍କି ଦର୍ଶାଇଥିଲେ। କିନ୍ତୁ ଛତିଶଗଡ଼ର ପ୍ରତିପକ୍ଷ ଓକିଲ କହିଥିଲେ ଯେ, କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ୱାରା କମନ ଫର୍ମାଟ୍‌ ପ୍ରସ୍ତୁତ କରାଯାଇପାରିବ।

ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବହୁ ସଂଖ୍ୟାରେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ନଭେମ୍ବରରୁ ମେ ପର୍ଯ୍ୟନ୍ତ ଅର୍ଥାତ୍‌ ଅଣମୌସୁମୀ ସମୟରେ ଜଳପ୍ରବାହ ହ୍ରାସପାଇଛି। ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜଗୁଡ଼ିକ ଉପରେ ରୋକ ଲଗାଇବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ଭିଡିଓ କନଫରେନ୍ସ ମାଧ୍ୟମରେ ମାମଲାର ଶୁଣାଣି ପାଇଁ ୩୬ ଇସ୍ୟୁ ପ୍ରସ୍ତୁତ କରିଥିଲେ। ସେଥିରୁ ଓଡ଼ିଶା ପକ୍ଷରୁ ୨୩ଟି ଦାଖଲ କରାଯାଇଥିବାବେଳେ ଛତିଶଗଡ ପକ୍ଷରୁ ୧୩ଟି ଦାଖଲ କରାଯାଇଥିଲା। ଶନିବାର ଶୁଣାଣି ପୂର୍ବରୁ ଓଡ଼ିଶା ପକ୍ଷରୁ ସମସ୍ତ ପ୍ରମାଣ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯାଇଛି। ଛତିଶଗଡ଼ ଓ ଅନ୍ୟ ରାଜ୍ୟଗୁଡ଼ିକ ତଥ୍ୟ ପ୍ରମାଣ ଦାଖଲ କରିନାହାନ୍ତି। ଛତିଶଗଡ଼ର ୬ ବ୍ୟାରେଜ୍‌ ଓ ୫୧୬ ଆନିକଟ୍‌ ଯୋଗୁ ଅଣମୌସୁମୀ ସମୟରେ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ଜଳର ପରିମାଣ ହ୍ରାସ ଘଟିଛି କି ନାହିଁ ଟି୍ରିବ୍ୟୁନାଲ ତାହା ଅନୁଧ୍ୟାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri