Categories: ଜାତୀୟ

ମହାନଦୀ ଜଳ ବିବାଦ: ଅଗଷ୍ଟ ୮ରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୧୧।୭: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶୁଣାଣି ହୋଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ସରକାର ନିଜ ପକ୍ଷ ରଖିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ କିଛି ଅତିରିକ୍ତ ଡକ୍ୟୁମେଣ୍ଟ ଦାଖଲ କରାଯାଇଥିବା ଜଣାପଡିଛି। ମହାନଦୀ ଜଳ ବିବାଦକୁ ନେଇ ଇସ୍ୟୁ ଫ୍ରେମ କଲେ ଟ୍ରିବ୍ୟୁନାଲ। ସବୁ ପକ୍ଷର ଦାବି ଶୁଣିବା ପରେ ଶନିବାର ମହାନଦୀ ଟ୍ରିବ୍ୟୁନାଲରେ ୪୦ ରୁ ୫୦ ଟି ଇସ୍ୟୁ ଫ୍ରେମ କରାଯାଇଛି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଗରୁ ଆପୋଷ ଆଲୋଚନା ଜରିଆରେ ଇସ୍ୟୁ ସେଟେଲମେଣ୍ଟ କରିବାକୁ ପରାମର୍ଶ ଦେଇଥିଲେ ଟ୍ରିବ୍ୟୁନାଲ। ଦରକାର ପଡ଼ିଲେ ଯୁଗ୍ମ ବୈଠକ କରି ସମାଧାନର ରାସ୍ତା ବାହାର କରିବାକୁ କହିଛନ୍ତି ଟ୍ରିବ୍ୟୁନାଲ। ଏପରିକି କେନ୍ଦ୍ରୀୟ ଏଜେନ୍ସିର ସହାୟତା ବି ନେବାକୁ କୁହାଯାଇଛି।

Share