ସମାଧାନ ହୋଇପାରିଲାନି ମହାନଦୀ ଜଳ ବିବାଦ

ସମ୍ବଲପୁର,୨୧ା୩(ବ୍ୟୁରୋ): ଗଠନ ହୋଇଥିବା ମହାନଦୀ ଟ୍ରିବ୍ୟୁନାଲ ସମୟ ଅବଧି ଚଳିତ ମାର୍ଚ୍ଚ ୧୧ ତାରିଖରେ ଶେଷ ହୋଇଯାଇଛି। ପ୍ରଥମେ ୩ ବର୍ଷ ଓ ପରେ ବୃଦ୍ଧି ହୋଇଥିବା ଆଉ ୨ବର୍ଷ ସମୟ ଭିତରେ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ହୋଇପାରି ନାହିଁ। ମହାନଦୀର ଅପମୃତ୍ୟୁ ହୋଇଥିଲା। ଏବେ ଗଠନ ହୋଇଥିବା ଟ୍ରିବ୍ୟୁନାଲ ମଧ୍ୟ ଅପମୃତ୍ୟୁର ଶିକାର ହୋଇସାରିଛି। ଓଡ଼ିଶାବାସୀ ଏହି ଟ୍ରିବ୍ୟୁନାଲକୁ ରକ୍ଷାକରିବେ ବୋଲି ଆଶା କରିଥିଲେ। ହେଲେ ଟ୍ରିବ୍ୟୁନାଲ ନିଜେ ନିଜର ସୁରକ୍ଷା ଦେଇପାରିଲା ନାହିଁ। କେନ୍ଦ୍ର ସରକାର ସମୟସୀମାକୁ ଆଉ ବୃଦ୍ଧି କଲେ ନାହିଁ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ସୋମବାର ସମ୍ବଲପୁର ସାମ୍ବାଦିକ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଥିଲେ।
ସେ ଆହୁରି କହିଥିଲେ, ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ରେ ଅନେକ ପ୍ରକଳ୍ପ କରାଯାଇ ଜଳ ପ୍ରବାହକୁ ଅଟକାଇ ଦିଆଯାଇଛି। ଫଳରେ ଉଭୟ ରାଜ୍ୟରେ ଜଳ ବିବାଦର ସମାଧାନ ପାଇଁ ୨୦୧୮ ମାର୍ଚ୍ଚ ୧୨ରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଜଳ ବିବାଦ ଆଇନ ୧୯୫୬ ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା।୨୦୧୯ରେ କେନ୍ଦ୍ର ସରକାରଏହି ଆଇନରେ ସଂଶୋଧନ ଆଣିଥିଲେ,ଯେଉଁଥିରେ ଅବଧି ବୃଦ୍ଧି କରାଯାଇ ୫ବର୍ଷ ହୋଇଥିଲା। ଟ୍ରିବ୍ୟୁନାଲର ପ୍ରାୟ ୩୫ ଗୋଟି ଅଧିବେଶନ ହୋଇଥିଲା। କିନ୍ତୁ ମାମଲାର ଶୁଣାଣି ଆରମ୍ଭ ହୋଇପାରିଲା ନାହିଁ। ଚଳିତ ମାର୍ଚ୍ଚ ମାସରେ ଛତିଶଗଡ଼ର ସୁଖାସୁଡ଼ାଠାରୁ ଆରମ୍ଭକରି ପାରାଦୀପ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମହାନଦୀ ଶୁଖିଲା ପଡ଼ିଛି। ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ଜଳସ୍ତର ରହିବା କଥା ତା’ଠାରୁ ୫ଫୁଟ୍‌ କମ୍‌ ରହିଛି। ଗ୍ରୀଷ୍ମ ଆରମ୍ଭରୁ ନଦୀର ସ୍ଥିତି ଏଭଳି ଥିବାବେଳେ ଆଗକୁ ଭୟଙ୍କର ହେବ। ମହାନଦୀ ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଟିକେ ବୋଲି ଦରଦ ନାହିଁ। ରାଜନୀତି କରିବା ଉଦ୍ଦେଶ୍ୟରେ ନଦୀକୁ ମାଆ ବୋଲି କହୁଛନ୍ତି। ସବୁଜ ମହାନଦୀ ମିଶନ ପ୍ରତିଶ୍ରୁତି ଫେଲ୍‌ ମାରିଛି। ମହାନଦୀରେ ୭ଟି ବ୍ୟାରେଜ୍‌ ନିର୍ମାଣ ଓ ନଦୀ ଅବବାହିକାରେ ଜଳ ସଂରକ୍ଷଣ ପ୍ରତିଶ୍ରୁତି ବି ପାଣିର ଗାର ପାଲଟିଛି। କହିବାକୁ ଗଲେ ଉଭୟ ଟ୍ରିବ୍ୟୁନାଲ ଓ ଓଡ଼ିଶା ସରକାରଙ୍କ ଦ୍ୱାରା ମହାନଦୀ ଓ ଓଡ଼ିଶାବାସୀ ପ୍ରତାରିତ ହୋଇଛନ୍ତି। ଏଭଳି ତ୍ରିଶଙ୍କୁ ଅବସ୍ଥାରେ କି ପଦକ୍ଷେପ ନିଆଯିବା ଉଚିତ ସେ ବିଷୟରେ ଆଲୋଚନା କରାଯିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆସନ୍ତା ୨୮ରେ ଭୁବନେଶ୍ୱରଠାରେ ଏକ ଆଲୋଚନା ସଭା ଆୟୋଜନ ହେବ। ଏଥିରେ ଯୋଗଦେବା ପାଇଁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ପ୍ରମୁଖ ସାମାଜିକ ଅନୁଷ୍ଠାନ ଓ ଆନ୍ଦୋଳନ ତଥା ବିଶେଷଜ୍ଞମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ଆବାହକ ଦାସ ପ୍ରକାଶ କରିଥିଲେ। ଖବରଦାତା ସମ୍ମିଳନୀରେ ଆସଫ ଅଲ୍ଲୀ ଖାଁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?