ମହାନଦୀ କୂଳର ସଭ୍ୟତା ବହୁ ପ୍ରାଚୀନ

ସୋନପୁର,୧୮।୩(ନି.ପ୍ର.): ପୃଥିବୀରେ ମାନବ ସଭ୍ୟତା ଗଢି ଉଠିବାରେ ବଡ଼ ବଡ଼ ନଦୀଗୁଡିକର ପ୍ରମୁଖ ଭୂମିକା ରହିଛି । ଏହି କ୍ରମରେ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଅବବାହିକାରେ ପୁରାତନ ମାନବ ସଭ୍ୟତା ଗଢି ଉଠିଥିଲା । ମହାନଦୀ କୂଳରେ ଥିବା ସୁବର୍ଣ୍ଣପୁରର ସଭ୍ୟତା ବହୁ ପ୍ରାଚୀନ ଓ ସ୍ବତନ୍ତ୍ର । ଏହାର ପ୍ରମାଣ ପୁରାଣ, ଧର୍ମ ଗ୍ରନ୍ଥ ଓ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ଜଣାପଡିଛି । ସୁବର୍ଣ୍ଣପୁର ରୟାଲ ପଡିଆରେ ଅନୁଷ୍ଠିତ ପଞ୍ଚମ ବାର୍ଷିକ ପୁସ୍ତକ ଓ ସାରସ୍ବତ ଉତ୍ସବ ଇଙ୍କ୍‌ଫେଷ୍ଟର ଚତୁର୍ଥ ସନ୍ଧ୍ୟାରେ ମହାନଦୀ ସଭ୍ୟତା ଓ ସୁବର୍ଣ୍ଣପୁର ଭୂଖଣ୍ଡ ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ଓ ଆଲୋଚକ ଯୋଗଦାନ କରି ଏହି ମତପ୍ରକାଶ କରିଛନ୍ତି । ଐତିହାସିକ ତଥା ସୋନପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. କେଦାରନାଥ ମିଶ୍ର ଯୋଗଦେଇ ନଦୀ କୂଳର ସଭ୍ୟତା ମଧ୍ୟରୁ ସୁବର୍ଣ୍ଣପୁର ଭୁଖଣ୍ଡର ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଅଞ୍ଚଳର ସୁସମୃଦ୍ଧ କୃଷି ପରମ୍ପରା, ଧାର୍ମିକ ବିଶ୍ୱାସ, କଳା, ସଂସ୍କୃତି ଓ ସାମାଜିକ ଜୀବନ ଚର୍ଚ୍ଚା ମହାନଦୀ ସଭ୍ୟତାର ଅନନ୍ୟ ପରିଚୟ ବୋଲି ଡକ୍ଟର ମିଶ୍ର କହିଥିଲେ । ସୋନପୁର କଲେଜର ଅଧ୍ୟାପକ ସୁଦାମ ଦୀପ ତାଙ୍କ ବକ୍ତବ୍ୟରେ ସୁବର୍ଣ୍ଣପୁର ଭୂଖଣ୍ଡର ସଭ୍ୟତା ବହୁ ପୁରାତନ ଓ ସମୃଦ୍ଧ ବୋଲି କହିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଗତ ଦିନରେ ସୁବର୍ଣ୍ଣପୁର ଭୂଖଣ୍ଡର ସିଣ୍ଢୋଲ, ହିକୁଡି, ଭୁଦୋବର ଓ ଖମ୍ବେଶ୍ୱରୀପାଲି ଏବଂ ମହାନଦୀ ଓ ତେଲନଦୀ ସଙ୍ଗମସ୍ଥଳୀର ଅସୁରଗଡ ପ୍ରଭୃତି ସ୍ଥାନରେ ହୋଇଥିବା ଖନନ ସମୟରେ ମିଳିଥିବା ଭଗ୍ନାବଶେଷ ତଥା ମିଳିଥିବା ଶିଳାଲେଖା, ତାମ୍ର ଫଳକ ଓ ଅନ୍ୟାନ୍ୟ ପ୍ରାମାଣିକ ଦସ୍ତାବିଜ ଏହାର ପ୍ରମାଣ ବୋଲି ଦୀପ ମତପ୍ରକାଶ କରିଥିଲେ । ଡ. ଜ୍ୟୋତିରଞ୍ଜନ ବହିଦାର ସଭାରେ ଅଧ୍ୟକ୍ଷତା କରି ଅଞ୍ଚଳର କୃଷି, ଅର୍ଥନୀତି, ଶିକ୍ଷା ଓ ମାନବ ସମ୍ବଳର ଉତ୍କର୍ଷତା ସମ୍ବନ୍ଧରେ ଆଲୋଚନା କରିଥିଲେ । ବେଣୁଧର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପ୍ରାୟ ୪ ହଜାର ବର୍ଷ ପୂର୍ବରୁ ସୁବର୍ଣ୍ଣପୁର ଭୂଖଣ୍ଡର ବୀରମହାରାଜପୁର ନିକଟସ୍ଥ ଖମ୍ବେଶ୍ୱରୀପାଲିରେ ଉନ୍ନତ ମାନବ ସଭ୍ୟତା ଥିବାର ପ୍ରମାଣ ମିଳିଥିବା କହିଥିଲେ । ସେହିପରି ନଦୀ ସଭ୍ୟତାର ସ୍ଥିତି, ଗତି ଓ ମାନବ ଚେତନା ବିଷୟରେ ପ୍ରଧାନ ଆଲୋଚନା କରିଥିଲେ । ଅଧ୍ୟାପକ ଦେବାଶିଷ ପଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଇଙ୍କ୍‌ଫେଷ୍ଟ ସଭାପତି ସ୍ବାଧୀନ ମେହେର, ଉପସଭାପତି ଗତିକୃଷ୍ଣ ମିଶ୍ର, ସମ୍ପାଦକ ଅମ୍ବୁଜ ଶତପଥୀ, ଡ. ଦେବାଶିଷ ପାଣ୍ଡିଆ, ଡ. ପୁରୁଷୋତ୍ତମ ମିଶ୍ର, ଡ. ସୌରଭ ରଞ୍ଜନ ଖମାରୀ, ରଘୁମଣି ବେହେରା, ଅନନ୍ତରାମ ପାଢୀ, କବି ଆର୍ତ୍ତତ୍ରାଣ ବାବୁ ଓ ଜଗନ୍ନାଥ ଧରୁଆଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ସାହିତି୍ୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?