ମହାନଦୀ ଶୁଖିଲା, ସଙ୍କଟରେ ଜୀବନ ଜୀବିକା: ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଅମରପାଲି,୨୭ା୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲାର ଜୀବନରେଖା ଭାବେ ପରିଚିତ ମହାନଦୀ ଏବେ ଅନେକ ସ୍ଥାନରେ ଶୁଖିଲା ପଡ଼ିଥିବା ଦେଖାଯାଉଛି। ବିଶେଷକରି ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ନଦୀକୂଳିଆ ଗ୍ରାମଗୁଡ଼ିକର ଲୋକେ ମହାନଦୀ ଉପରେ ପାନୀୟ ଜଳ, ଚାଷବାସ, ମାଛଧରା ଓ ଦୈନନ୍ଦିନ ଜୀବନ ଜୀବିକା ପାଇଁ ନିର୍ଭର କରିଆସୁଛନ୍ତି। କିନ୍ତୁ ଚଳିତବର୍ଷ ବର୍ଷାର ବିଳମ୍ବ ଓ ନଦୀରେ ଜଳପ୍ରବାହ କମିଯିବାରୁ ନଦୀ ଶଯ୍ୟାର ବିସ୍ତୃତ ଅଂଶ ବାଲିଚରରେ ପରିଣତ ହୋଇଛି।
ମହାନଦୀର ଜଳସ୍ତର ହ୍ରାସ ପାଇବା ଫଳରେ ନଦୀକୂଳ ଅଞ୍ଚଳର ଚାଷୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଖରିଫ ଚାଷ ଆରମ୍ଭ ହେବାର ସମୟ ହୋଇଥିଲେ ମଧ୍ୟ କ୍ଷେତରେ ଜଳ ନ ଥିବାରୁ ଚାଷ କାର୍ଯ୍ୟ ବିଳମ୍ବିତ ହେଉଛି। ଅନେକ ଚାଷୀ ବର୍ଷାକୁ ଚାହିଁ ବସିଥିବାବେଳେ ବିହନ ବୁଣା ନେଇ ଅନିଶ୍ଚିତତା ଦେଖାଦେଇଛି। ସେହିପରି ମହାନଦୀରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନଙ୍କ ଅବସ୍ଥା ମଧ୍ୟ ଦୟନୀୟ ହୋଇପଡ଼ିଛି। ନଦୀରେ ଜଳ କମି ଯିବାରୁ ମାଛ ଉତ୍ପାଦନ ହ୍ରାସ ପାଇଥିବାରୁ ସେମାନଙ୍କ ଆୟ ମଧ୍ୟ କମିଯାଇଛି। ଅନେକ ପରିବାର ଜୀବିକା ସଙ୍କଟରେ ପଡ଼ିଛନ୍ତି। ନଦୀକୂଳରେ ଥିବା ଗ୍ରାମଗୁଡ଼ିକରେ ପାନୀୟ ଜଳ ସମସ୍ୟା ମଧ୍ୟ ଧୀରେ ଧୀରେ ଦେଖାଦେଉଛି। କେତେକ ସ୍ଥାନରେ ନଳକୂପର ଜଳସ୍ତର ତଳକୁ ଖସି ଯାଇଥିବାରୁ ଲୋକମାନେ ଜଳ ସଂଗ୍ରହ ପାଇଁ ଅଧିକ ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଜିଲାର ଉଲୁଣ୍ଡା ବ୍ଲକର ସୀମାରୁ ବୀରମହାରାଜପୁର ବ୍ଲକର ଶେଷସୀମା ପର୍ଯ୍ୟନ୍ତ ମହାନଦୀ ପ୍ରାୟ ୮୦ ରୁ ୯୦ କିଲୋମିଟର ଦୂରତା ଅତିକ୍ରମ କରିଛି। ଉଲୁଣ୍ଡା ବ୍ଲକର ଏସ. ପତ୍ରାପାଲି, ସିଣ୍ଢୋଲ, ଚଡ଼ାଇପଙ୍କ, ଉଲୁଣ୍ଡା, ପଞ୍ଚମହଲା, ନିମ୍ନା, ରାକ୍ସା, ମୁଣ୍ଡୋଘାଟ, ମହାଦା ଆଦି ପଞ୍ଚାୟତ ସମେତ ବୀରମହାରାଜପୁର ବ୍ଲକର ଉଫୁଲା, ବାଗବର, ଜଟେସିଂହା, ସୁବଳୟା ଓ ପିତାମହୁଲ ପଞ୍ଚାୟତର ବିଭିନ୍ନ ଗ୍ରାମର ମହାନଦୀ କୂଳରେ ରହିଛି। ଏସବୁ ଗ୍ରାମର ଅଧିବାସୀଙ୍କ ସମେତ ଆଖପାଖ ପ୍ରାୟ ଶତାଧିକ ଗ୍ରାମର ଅଧିବାସୀ ମହାନଦୀ ଉପରେ ନିର୍ଭର କରିଥାନ୍ତି। ଏବେ ମହାନଦୀ ଶୁଖିଲା ଓ ବାଲିଚର ହୋଇ ପଡ଼ିଥିବାରୁ ସେମାନଙ୍କ ଆୟ ଏକ ପ୍ରକାର ଠପ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଜୁନ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଆଶାନୁରୂପ ବର୍ଷା ହୋଇନାହିଁ। ତୁରନ୍ତ ଭଲ ବର୍ଷା ନ ହେଲେ କୃଷି, ମତ୍ସ୍ୟ ଚାଷ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ଆହୁରି ଗୁରୁତର ପ୍ରଭାବ ପଡ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପରିବେଶବିତ ଓ କୃଷି ବିଶେଷଜ୍ଞମାନେ କହିଛନ୍ତି, ଜଳ ସଂରକ୍ଷଣ, ବର୍ଷାଜଳ ସଞ୍ଚୟ ଓ ନଦୀ ଜଳର ସୁପରିଚାଳନା ଉପରେ ଗୁରୁତ୍ୱ ଦିଆ ନ ଗଲେ ଆଗାମୀଦିନରେ ଏଭଳି ସ୍ଥିତି ଆହୁରି ଗମ୍ଭୀର ହୋଇପାରେ। ମହାନଦୀର ଶୁଖିଲା ଚିତ୍ର କେବଳ ଏହି ନଦୀର ଜଳ ସଙ୍କଟ ନୁହେଁ, ବରଂ ଅନେକ ହଜାର ନଦୀକୂଳିଆ ଲୋକଙ୍କ ଜୀବନ, ଜୀବିକା ସହ ଜଡିତ ଏକ ଗୁରୁତର ସାମାଜିକ ଓ ଆର୍ଥିକ ସମସ୍ୟା ହୋଇପଡ଼ିଛି।

ସେମାନେ ଯାହା କୁହନ୍ତି…

ମହାନଦୀ ଶୁଖିଲା ପଡ଼ିବା ଚିନ୍ତାଜନକ । ଛତିଶଗଡ଼ ମହାନଦୀ ପାଣିକୁ ଅଟକାଇ ରଖୁଥିବାରୁ ଏହି ସମସ୍ୟା ଦେଖାଦେଉଛି। ବିଜେଡି ସରକାର ଥିବାବେଳେ ଗୋଧନେଶ୍ୱର ଓ ଖଇରମାଲରେ ଦୁଇଟି ଇନଷ୍ଟ୍ରିମ ଷ୍ଟୋରେଜ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ମାତ୍ର ଏହି ସରକାରର ଆନ୍ତରିକତାର ଅଭାବ ଯୋଗୁ ତାହା ଏଯାଏ ହୋଇପାରୁନାହିଁ। ଏହି ଦୁଇ ପ୍ରକଳ୍ପ ହୋଇଗଲେ ମହାନଦୀରେ ଏହି ସମସ୍ୟା ହୁଅନ୍ତା ନାହିଁ।
ନାରାୟଣ ଲୁହା, ବିଜେଡି ସାଧାରଣ ସମ୍ପାଦକ
ତଥା ବ୍ଲକ ଉପାଧ୍ୟକ୍ଷ,ବୀରମହାରାଜପୁର।
ମହାନଦୀର ଗୋଧାନେଶ୍ୱର ଓ ଖଇରମାଲଠାରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବାର ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏହି ୨ ପ୍ରକଳ୍ପ ହେଲେ ମହାନଦୀରେ ସବୁଦିନେ ପାଣି ରହିବ। ଜଳସେଚନ, ମତ୍ସ୍ୟ ଚାଷ, ଅଞ୍ଚଳରେ ଜଳସ୍ତର ବଢିବ, ଟୁରିଜମ୍‌ ଶିଳ୍ପର ବିକାଶ ହେବ। ଏଥିପାଇଁ ମୋହନ ସରକାର ତତ୍ପର ଅଛନ୍ତି।
ଇଂ.ରଘୁନାଥ ଜଗଦଲା, ବିଧାୟକ, ବୀରମହାରାଜପୁର।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?