ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ ଛତିଶଗଡ଼ରେ ଭାଜପା ସରକାର ଚାଲିଛି। ସେହିପରି କେନ୍ଦ୍ରରେ ମଧ୍ୟ ଭାଜପା ନେତୃତ୍ୱାଧୀନ ସରକାର ରହିଛି। ବର୍ତ୍ତମାନ ଭାଜପାର ଏଭଳି ଟ୍ରିପଲ ଇଞ୍ଜିନ ସରକାର ଚାଲିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ମହାନଦୀ ଜଳ ବିବାଦର ସମାଧାନ ନ ହେବା ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ ପ୍ରେସ ବିବୃତ୍ତିରେ ସେ କହିଛନ୍ତି, ମହାନଦୀ ଓଡ଼ିଶାର ଜୀବନ ସ୍ରୋତ। କିନ୍ତୁ କିଛି ଦଶନ୍ଧି ହେଲା, ଓଡ଼ିଶାବାସୀଙ୍କ ଏହି ଜୀବନ ସ୍ରୋତକୁ ସଂକୁଚିତ କରି ଦିଆଯାଉଛି। ଏଥିପାଇଁ ଆର୍ତ୍ତ ଚିତ୍କାର କଲେ ମଧ୍ୟ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଶୁଣୁ ନାହାନ୍ତି। ଅନ୍ୟପଟେ ଓଡ଼ିଶାର ବିନା ସହମତିରେ ଆନ୍ତଃରାଜ୍ୟ ନଦୀଜଳ ସମ୍ପର୍କିତ ସମସ୍ତ ବିଧି, ବିଧାନକୁ ବେଖାତିର୍‌ କରି ଛତିଶଗଡ଼ ସରକାର ମହାନଦୀ ଉପରେ ଅତ୍ୟାଚାର କରୁଛନ୍ତି।

ସେହିପରି ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ମହାନଦୀ ଜଳସ୍ରୋତକୁ ମନଇଚ୍ଛା ଛତିଶଗଡ଼ ସରକାର ନିଜ ଅଧୀନରେ ରଖି ଓଡ଼ିଶାର ଦାରୁଣ କ୍ଷତି ଘଟାଉଛନ୍ତି ବୋଲି ପ୍ରସନ୍ନ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, କେନ୍ଦ୍ର ଓ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟ ଏଧିପ୍ରତି ନୀରବ ରହିଛନ୍ତି। ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡର କୂଳେକୂଳେ ଅଗଣିତ ଘରୋଇ ଶିଳ୍ପମାନଙ୍କୁ ଅଜସ୍ର ଜଳ ପ୍ରଦାନ କରୁଛନ୍ତି ଏବଂ ଓଡ଼ିଶାରେ ଜଳ ସଙ୍କଟ ସୃଷ୍ଟି କରୁଛନ୍ତି। ଫଳରେ ଏକଦା ବର୍ଷତମାମ ଜଳପୂର୍ଣ୍ଣ ରହିଥିବା ମହାନଦୀ ଆଜି ଶୁଖିଲା ପଡ଼ୁଛି ଏବଂ ହୀରାକୁଦ ଜଳଭଣ୍ଡାର ଦିନେ ଜଳଶୂନ୍ୟ ହୋଇ ଅନିଶ୍ଚିତ ସଙ୍କଟ ଭିତରକୁ ଠେଲି ହୋଇଯିବାର ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ଓଡ଼ିଶା ଏବଂ ଛତିଶଗଡ଼ରେ ଗୋଟିଏ ସରକାର ରହିଥିବା ଯୋଗୁ ଏହାର ଶୀଘ୍ର ସମାଧାନ ପାଇଁ ଲୋକେ ଆଶା ରଖିଥିଲେ। ମାତ୍ର ଫଳ ଶୂନ। କେବଳ କମିଟି ପରେ କମିଟି ଗଠନ ସହିତ ରାଜ୍ୟର ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ମହାନଦୀ ଜଳ ଟ୍ରିବ୍ୟୁନାଲ ନିକଟରେ ମାମଲାଟି ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ପଡ଼ି ରହିଛି। କିନ୍ତୁ ପ୍ରଗତି ନୈରାଶ୍ୟଜନକ ବୋଲି ପ୍ରସନ୍ନ ଅଭିଯୋଗ କରି ସରକାର ଟ୍ରିବ୍ୟୁନାଲରୁ ଓହରିଯିବେ ନା ଆପୋସ ସମାଧାନ ପାଇଁ ଆଲୋଚନାର କ’ଣ ସର୍ତ୍ତାବଳୀ ରହିବ ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ଆପୋସ ସମାଧାନ ପାଇଁ ଆଲୋଚନାକୁ ଯିବା ପୂର୍ବରୁ ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ, ମହାନଦୀ ବଞ୍ଚାଅ ଆନ୍ଦୋଳନ ସଂଗଠନମାନଙ୍କୁ ବିଶ୍ୱାସକୁ ନେଇ ସେମାନଙ୍କ ସହିତ ଆଲୋଚନା କରିବେ କି ବୋଲ ପ୍ରସନ୍ନ ରା୍ଯଯ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଛତିଶଗଡ଼ ସରକାର ଏବେ ସୁଦ୍ଧା ମହାନଦୀ ଏବଂ ଶାଖାନଦୀରେ ଚାଲୁ ରଖିଥିବା ନିର୍ମାଣାଧୀନ କାର୍ଯ୍ୟକୁ ବନ୍ଦ ରଖାଯିବ ନା ନାହିଁ ତାର ଉତ୍ତର ମଧ୍ୟ ପ୍ରସନ୍ନ ଲୋଡ଼ଥିବାବେଳେ ମହାନଦୀ ଟ୍ରିବ୍ୟୁନାଲର ଦୈନନ୍ଦିନ କାର୍ଯ୍ୟ ବସ୍ତୁତଃ ବନ୍ଦ ରହିଥିବା ଯୋଗୁ ଏହାକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ପୁଣି ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିବେ ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

ବିକାଶ: ସ୍ବପ୍ନ ଓ ବାସ୍ତବତା

ଖବରକାଗଜ ବା ଟିଭି ଚାନେଲ ଖୋଲିଲେ ବିକଶିତ ଭାରତ କଥା ଶୁଣିବାକୁ ବା ପଢ଼ିବାକୁ ମିଳେ, କିନ୍ତୁ ସେହି ବିକଶିତ ଭାରତର ସ୍ବରୂପ କ’ଣ ହେବ, କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri