ଲୁଣି ପାଣି କବଳରେ ମହାନଦୀ ବେସିନ

ଯାଜପୁର ଅଫିସ,୨୧ା୬:ମହାନଦୀ ବେସିନ(ଅବବାହିକା) ଅନ୍ତର୍ଭୁକ୍ତ କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲାର ୪୯ ବ୍ଲକର ବାସିନ୍ଦା ଲୁଣି ପାଣିରେ ପେଷି ହେଉଛନ୍ତି। ଏହି ସବୁ ବ୍ଲକ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ମହାନଦୀ ୱାଟର ଡିସ୍‌ପୁଟ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ରାଜ୍ୟ ଜଳ ସମ୍ପଦ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ସେହିପରି ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ ଲବଣାକ୍ତ ହୋଇପଡ଼ିଛି। ଏଠାରେ ମାଟି ଅଳ୍ପ ଖୋଳିଲେ ଲୁଣି ପାଣି ବାହାରୁଛି। ଏହି ପାଣି ପିଇ ହେଉନି କିମ୍ବା ଚାଷ କାର୍ଯ୍ୟରେ ବ୍ୟବହାର ହୋଇ ପାରୁନାହିଁ। ଫଳରେ ରତ୍ନଗିରି, ମନ୍ଦାରୀ, ଅମଠପୁର ଓ ସେରପୁର ପଞ୍ଚାୟତର ପ୍ରାୟ ୪୦ ହଜାର ଲୋକ ଡହଳବିକଳ ହେଉଛନ୍ତି। ଏଠାକାର ଲୁଣି ପାଣି ସମସ୍ୟାର ସମାଧାନ ପାଇଁ ହେବାକୁ ଥିବା ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ତେଣୁ ଅଣ୍ଡର ଗ୍ରାଉଣ୍ଡ ପାଇପ୍‌ ଲାଇନ୍‌ (ୟୁଜିପିଏଲ୍‌) ସିଷ୍ଟମ୍‌ ଜରିଆରେ ଜଳଯୋଗାଣ କରିବାକୁ ପ୍ରସ୍ତାବ ହୋଇଛି। ପ୍ରସ୍ତାବ ଠିକ୍‌ ଭାବେ କାର୍ଯ୍ୟକାରୀ କରାଗଲେ ଲବଣାକ୍ତ ଅଞ୍ଚଳରେ ପାଣି ସମସ୍ୟାର ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ ଆଶାପ୍ରକଟ କରିଛନ୍ତି।
ମହାନଦୀ ବେସିନ ଅନ୍ତର୍ଗତ ଜିଲାରେ ପାନୀୟ ଓ ଜଳସେଚନ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦୀର୍ଘବର୍ଷ ହେଲା ଦାବି କରି ଆସୁଛନ୍ତି। ଏହିକ୍ରମରେ ଗତ ମାର୍ଚ୍ଚ ୪ରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅସୀମ କୁମାର ମହାପାତ୍ର ସବିଶେଷ ତଥ୍ୟ ଦାଖଲ କରିବାକୁ ଆରଡବ୍ଲ୍ୟୁଏସ୍‌ଏସ୍‌ର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାପୂର୍ବରୁ ଜାନୁୟାରୀରେ ମଧ୍ୟ ଅନୁରୂପ ଅନୁରୋଧ ହୋଇଥିଲା। ହେଲେ ଏହାର ୬ ମାସ ଅତିକ୍ରମ କରିବା ପରେ ବି କିଛି ପଦକ୍ଷେପ ନିଆଯାଇ ନ ଥିଲା। ସମ୍ପୃକ୍ତ ଅଞ୍ଚଳବାସୀ ପୁଣି ସମସ୍ୟାର ସମାଧାନ ଦାବି କରିବାରୁ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ସୋମବାର ମେକାନିକାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଆସନ୍ତା ୩୦ ତାରିଖ ସୁଦ୍ଧା ଆବଶ୍ୟକ ତଥ୍ୟ ମଗାଯାଇଛି। ଉପରୋକ୍ତ ୪୯ ବ୍ଲକ ମଧ୍ୟରେ କଟକ ଜିଲାର ଆଠଗଡ଼, ବାରଙ୍ଗ, କଟକ ସଦର, ଡମପଡ଼ା, କଣ୍ଟାପଡ଼ା, ମାହାଙ୍ଗା, ନିଆଳି, ନିଶ୍ଚିନ୍ତକୋଇଲି, ସାଲେପୁର ଓ ଟାଙ୍ଗୀ ଚୌଦାର, ଢେଙ୍କାନାଳ ଜିଲାର ଗଁଦିଆ, ଜଗତ୍‌ସିଂହପୁର ଜିଲାର ବାଲିକୁଦା, ବିରିଡି, ଏରସମା, ଜଗତ୍‌ସିଂହପୁର, କୁଜଙ୍ଗ, ନୂଆଗଁା, ରଘୁନାଥପୁର ଓ ତିର୍ତ୍ତୋଲ, ଯାଜପୁର ଜିଲାର ବଡ଼ଚଣା ଓ ବରୀ, କେନ୍ଦ୍ରାପଡ଼ା ଜିଲାର ଡେରାବିଶ, ଗରଡ଼ପୁର, କେନ୍ଦ୍ରାପଡ଼ା, ମହାକାଳପଡ଼ା, ମାର୍ଶାଘାଇ, ପଟାମୁଣ୍ଡାଇ ଓ ରାଜନଗର, ଖୋର୍ଦ୍ଧା ଜିଲାର ବାଲିଅନ୍ତା, ବାଲିପାଟଣା, ବେଗୁନିଆ, ଭୁବନେଶ୍ୱର, ବୋଲଗୋଡ, ଜଟଣୀ, ଖୋର୍ଦ୍ଧା ଓ ଟାଙ୍ଗୀ, ନୟାଗଡ଼ ଜିଲାର ନୟାଗଡ଼ ଓ ରଣପୁର, ପୁରୀ ଜିଲାର ଅସ୍ତରଙ୍ଗ, ବ୍ରହ୍ମଗିରି, ଡେଲାଙ୍ଗ, ଗୋପ, କାକଟପୁର, କଣାସ, କୃଷ୍ଣପ୍ରସାଦ, ନିମାପଡ଼ା, ପିପିଲି, ପୁରୀ ଓ ସତ୍ୟବାଦୀ ରହିଛି। ଅନ୍ୟପକ୍ଷରେ ଯାଜପୁର ଜିଲାର ବଡ଼ଚଣା ଓ ବରୀ ବ୍ଲକର କାଣୀ ଡ୍ରେନେଜ ପ୍ରକଳ୍ପ ଏବଂ ବିରୂପା-ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ଜଳଯୋଗାଣ ସହ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ ଦୀର୍ଘଦିନ ହେଲା ପ୍ରସ୍ତାବରେ ସୀମିତ ରହିଛି। ୨୦୧୪ରେ ମୁଖ୍ୟମନ୍ତ୍ରୀ ବନ୍ଧା ଗ୍ରାମରେ ବିରୂପା-ଗେଙ୍ଗୁଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ହେଲେ ୮ ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏଥିପାଇଁ ୨୯ ଏକର ଜମିର ଆବଶ୍ୟକତା ରହିଛି। ହେଲେ ଜମି ମାଲିକମାନେ ଏହାର ବିରୋଧ କରୁଥିବାରୁ ଜମି ଅଧିଗ୍ରହଣ ସମ୍ଭବ ହୋଇ ପାରିନାହିଁ। ଏହିକ୍ରମରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଗତ ମେ ୨୦ରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ବିକଳ୍ପ ବ୍ୟବସ୍ଥା ଭାବେ ଅଣ୍ଡର ଗ୍ରାଉଣ୍ଡ ପାଇପ୍‌ ଲାଇନ୍‌ ସିଷ୍ଟମ୍‌ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ବ୍ୟବସ୍ଥା କରାଗଲେ ଜମି ମାଲିକମାନେ କୌଣସି ପ୍ରକାର କ୍ଷତିଗ୍ରସ୍ତ ହେବେ ନାହିଁ ଏବଂ ଜମି ଅଧିଗ୍ରହଣ ଠାରୁ କମ୍‌ ବ୍ୟୟରେ କାମ ହୋଇପାରିବ ବୋଲି ତାଙ୍କ ଅନୁରୋଧ ପତ୍ରରେ ଦର୍ଶାଇଥିଲେ। ଏହାପରେ ଗତ ୧୭ ତାରିଖରେ ଜଳ ସମ୍ପଦ ବିଭାଗ ନିର୍ଦ୍ଦେଶକ ଆଲୋକ କୁମାର କର ଲବଣାକ୍ତ ଅଞ୍ଚଳରେ ଜଳଯୋଗାଣ କରିବା ପାଇଁ ୟୁଜିପିଏଲ୍‌ ପ୍ରସ୍ତାବ ଉପରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri