ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଓଡିଶାରୁ ଓ ଓଡିଶା ମଧ୍ୟଦେଇ ମହାକୁମ୍ଭ ମେଳା-୨୦୨୫ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର, ୧୨।୧: ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁଥିବା ଆଗାମୀ ମହାକୁମ୍ଭ ମେଳା ୨୦୨୫ ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ ସୁବିଧା ଆୟୋଜନ କରାଯାଇଅଛି ଯାହାକି ଓଡିଶାରୁ ଉତ୍ପତ୍ତି ଏବଂ ଏହା ମଧ୍ୟଦେଇ ଯାତ୍ରା କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଏହି ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ।

ନିମ୍ନଲିଖିତ ଭାବେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ:

୧. ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କଟକ, ଯଖପୁରା (ଯାଜପୁର), କେନ୍ଦୁଝରଗଡ, ନୟାଗଡ଼ (ଯୋଡ଼ା ଅଞ୍ଚକ)-ବୋକାରୋ-ଗୟା-ପ୍ରୟାଗରାଜ।

ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୧, ୮, ୨୨ ତାରିଖ ଓ ଫେବୃୟାରୀ ମାସ ୫, ୧୯, ୨୬ ତାରିଖ ଦିନ ବୁଧବାର ଦିନମାନଙ୍କରେ ଭୁବନେଶ୍ୱର ଠାରୁ ଅପରାହ୍ନ ୧୨ଘ.୩୦ମି.ରେ ଛାଡି କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

୨. ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଖୋର୍ଦ୍ଧା ରୋଡ଼ -ଭୁବନେଶ୍ୱର-କଟକ -ଯାଜପୁର କେନ୍ଦୁଝର ରୋଡ଼ -ଭଦ୍ରକ-ବାଲେଶ୍ୱର -ଗୟା-ପ୍ରୟାଗରାଜ।

ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୬ ଓ ୨୦ ତାରିଖ ଓ ଫେବୃୟାରୀ ମାସ ୧୭ ତାରିଖ ଦିନ ସୋମବାର ଦିନମାନଙ୍କରେ ପୁରୀ ଠାରୁ ଅପରାହ୍ନ ୧୨ଘ.୩୦ମି.ରେ ଛାଡି ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ ଜ୍ଝ ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

୩. ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍ ଭାୟା ବଲାଙ୍ଗୀର – ବରଗଡ଼ – ସମ୍ବଲପୁର-ଝାରସୁଗୁଡା-ରାଉରକେଲା (ସୁନ୍ଦରଗଡ଼ ଜିଲା)-ଡ଼ିଡ଼ିୟୁ-ପ୍ରୟାଗରାଜ।

ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୯, ୧୬, ୨୩ ତାରିଖ ଓ ଫେବୃୟାରୀ ମାସ ୬, ୨୦, ୨୭ ତାରିଖ ଦିନ ଗୁରୁବାର ଦିନମାନଙ୍କରେ ଟିଟିଲାଗଡ଼ ଠାରୁ ଅପରାହ୍ନ ୧୨ଘ.୩୦ମି.ରେ ଛାଡି ବଲାଙ୍ଗୀର, ବରଗଡ଼ ରୋଡ, ସମ୍ବଲପୁର-ଝାରସୁଗୁଡା-ରାଉରକେଲା, ଡ଼ିଡ଼ିୟୁ-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

୪. ବିଶାଖାପାଟନମ୍-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ।

ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୯, ୧୬, ୨୩ ତାରିଖ ଓ ଫେବୃୟାରୀ ମାସ ୬, ୨୦, ୨୭ ତାରିଖ ଦିନ ଗୁରୁବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ଅପରାହ୍ନ ୦୫ଘ.୩୫ମି.ରେ ଛାଡି ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ ଜ୍ଝ ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ଯାହାକି ଦକ୍ଷିଣ ଓଡିଶା ଅଞ୍ଚଳକୁ ସୁବିଧା ପ୍ରଦାନ କରିବ।

୫. ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ବ୍ରହ୍ମପୁର/ଗଞ୍ଜାମ ଜିଲ୍ଲା, ଖୋର୍ଦ୍ଧା ରୋଡ଼,-ଭୁବନେଶ୍ୱର-ନରାଜ ମାର୍ଥାପୁର (କଟକ ଅଞ୍ଚଳ)-ଢେଙ୍କାନାଳ -ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା।

ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୫ ଓ ୧୯ ତାରିଖ ଏବଂ ଫେବୃୟାରୀ ମାସ ୧୬ ତାରିଖ ଦିନ ରବିବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ରାତ୍ରି ୧୦ଘ.୨୦ମି.ରେ ଛାଡି ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ ଜ୍ଝ ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ।

୬. ତିରୁପତି – ବନାରସ -ତିରୁପତି ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା।

୭. ନରସପୁର – ବନାରସ -ନରସପୁର ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା।

ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳାକୁ ଯାତ୍ରା କରୁଥିବା ହଜାର ହଜାର ଭକ୍ତଙ୍କୁ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ବିଶେଷ ଭାବେ ଚଳାଚଳ କରୁଅଛି। ରେଳ ଦ୍ୱାରା ଯଥେଷ୍ଟ ଗମନାଗମନ ସଂଯୋଗ ଏବଂ ସୁବିଧାଜନକ କାର୍ୟ୍ୟସୂଚୀ ସହିତ ସମସ୍ତ ଯାତ୍ରୀଙ୍କ ପାଇଁ ଏକ ନିରାପଦ, ସୁଗମ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ପ୍ରତିବଦ୍ଧ ଅଟେ।

ଟ୍ରେନ୍ କାର୍ୟ୍ୟସୂଚୀ, ବୁକିଂ ଏବଂ ଅନ୍ୟାନ୍ୟ ଭ୍ରମଣ ସମ୍ବନ୍ଧୀୟ ସୂଚନା ଗୁଡିକ ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଯାତ୍ରୀମାନଙ୍କୁ ରେଳବାଇ ୱେବସାଇଟ୍ ପରିଦର୍ଶନ କରିବାକୁ କିମ୍ବା ଷ୍ଟେସନ ମାନଙ୍କ ଠାରେ ଉପଲବ୍ଧ ଇନକ୍ୱାରୀ କାଉଣ୍ଟର ସହିତ ଯୋଗାଯୋଗ କରିବାକୁ କୁହାଯାଇଅଛି।

ଓଡିଶାରୁ ଓ ଓଡିଶା ମଧ୍ୟଦେଇ ଚଳାଚଳ କରୁଥିବା କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ଗୁଡିକ ଓଡ଼ିଶାର ସମସ୍ତ ରେଳମାର୍ଗ ସହିତ ଯୋଡ଼ାଯାଇଅଛି ଯେପରିକି ସମସ୍ତ ଜିଲା ମାନଙ୍କରୁ ପ୍ରୟାଗ କୁମ୍ଭମେଳା ଯିବାପାଇଁ ଯାତ୍ରା ସୁବିଧା ଯୋଗାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri