ରିଲିଜ ପୂର୍ବରୁ ଅଡୁଆରେ ‘ଓଏମଜି ୨’: ନୋଟିସ୍ ପଠାଇଲେ ମହାକାଳ ମନ୍ଦିର ପୂଜାରୀ

ବମ୍ବେ: ରିଲିଜ ପୂର୍ବରୁ ପୁଣି ଅଡୁଆରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଷ୍ଟାରର୍ ଫିଲ୍ମ ‘ଓଏମଜି ୨’। ଉଜ୍ଜୈନ ମହାକାଳ ମନ୍ଦିରର ପୂଜାରୀମାନେ ଫିଲ୍ମ ବିରୋଧରେ ଲିଗାଲ ନୋଟିସ୍ ପଠାଇଛନ୍ତି। ନୋଟିସରେ ସେମାନେ କଥିତ ଭାବେ ଦେଖାଯାଇଥିବା ଅପମାନଜନକ ଦୃଶ୍ୟ ହଟାଇବାକୁ ସେମାନେ ଦାବି କରିଛନ୍ତି।

ପୂଜାରୀଙ୍କ କହିବାନୁଯାୟୀ, ଫିଲ୍ମକୁ ଏ ସାର୍ଟିଫିକେଟ ମିଳିଛି। ଏହାକୁ କେବଳ ବୟସ୍କ ଲୋକ ଦେଖିପାରିବେ। ଏଣୁ ଭଗବାନ ଶିବ ଏବଂ ମହାକାଳ ସମ୍ବନ୍ଧିୟ ଯେଉଁ ଦୃଶ୍ୟ ରହିଛି ତାକୁ ବାଦ୍ ଦିଆଯାଉ।

Share