କର୍ଲାମୁଣ୍ଡା,୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ମହିମା ଧର୍ମୀମାନଙ୍କ ନବାନ୍ନଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜପୁର ପଞ୍ଚାୟତର ବାଞ୍ଜିପଦରଠାରେ କୁମୁଦ କାନ୍ତ ବାବା, ମହେନ୍ଦ୍ର ରଣା, ଭରତ ରଣା, ଟୁପିଲାଲ ରଣା,କିଶୋର ରଣା, ମହାବୀର ରଣା, କମ୍ବୁପାଣି ରଣା, କୁଶ ରଣା ପ୍ରମୁଖଙ୍କ ନେତୃତ୍ୱରେ ସ୍ବର୍ଗତ ସୁଗ୍ରେସନ ରଣାଙ୍କ ପରିବାରର ମହିମା ଧର୍ମାବଲମ୍ବୀଙ୍କ ନୂଆଖାଇ ପର୍ବ ଧୂମଧାମରେ ପାଳିତ ହୋଇଯାଇଛି।
ସେହିପରି ଶିଆଲପଲା ଓ ଲକ୍ଷ୍ମୀପଡା ନିକଟରେ ଥିବା ଭୀମଭୋଇ ସାଂସ୍କୃତିକ କଳାମଣ୍ଡପ ଓ ଗ୍ରନ୍ଥାଳୟ ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଧୁବାବା ନାଲୁମୋହନ ଦାସ ଓ ମହେଶ୍ୱର ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ନୂଆଁଖାଇ ଉତ୍ସବରେ ଶତାଧିକ ଭକ୍ତ ଏକାଠି ହୋଇ ପ୍ରତିବର୍ଷ ଭଳି ଏ ବର୍ଷ ନବାନ୍ନ ଭକ୍ଷଣ କରିଥିଲେ।
ଏଥିରେ ଲକ୍ଷ୍ମୀପଡାର ଗ୍ରାମବାସୀ ଓ ସିଆଲପଲା, କେନ୍ଦୁମୁଣ୍ଡି, ରିଞ୍ଜା, ରେଙ୍ଗାଲି, କର୍ଲାମୁଣ୍ଡା, ରାଜପୁର, ପୁଟୀଗାଁ ,ଅଗାଧୁପୁର, ଟକାରୁମାଲ ଗ୍ରାମରୁ ଆସିଥିବା ଭକ୍ତ ବୃନ୍ଦ ସହଯୋଗ କରି ଏକାଠି ନବାହ୍ନ ପର୍ବ ପାଳନ କରିଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମରେ କୈଳାସ ରଣା, ରଥ ରଣା, ଭରତ ସାହୁ,ମୀନ ସାହୁ,ପରମେଶ୍ବର ରଣା ଓ ଅନ୍ୟ ଭକ୍ତମାନେ ସହଯୋଗ କରିଥିଲେ।


