Categories: ଜାତୀୟ

ମହାଗୁନ ବିଲଡର ଅଫିସରେ ଡକାୟତି, ୬ଶହ କେଜି ଟ୍ରେଜେରୀକୁ ଉଠାଇନେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ,୨୯।୪: ନୂଆଦିଲ୍ଲୀର ଗ୍ରେଟର ନୋଏଡା ସେକ୍ଟରରେ ଥିବା ମହାଗୁନ ବିଲଡର ଅଫିସରେ ଡକାୟତି ହୋଇଛି। ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କାନ୍ଥ ଡେଇଁ ଅଫିସ ଭିତରେ ପଶିଯାଇଥିଲେ। ଅଫିସରେ ଥିବା ୩ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡ଼ାଇ ନେବା ସହ ତାଙ୍କୁ ବହୁ ମାରପିଟ୍‌ ମଧ୍ୟ କରିଥିଲେ। ତାଙ୍କୁ ରଶିରେ ବାନ୍ଧିବା ସହ ଫୋନ ମଧ୍ୟ ଛଡାଇ ନେଇଥିଲେ। ଏହାପରେ ଟ୍ରେଜେରୀକୁ ଭାଙ୍ଗିବାକୁ ଉଦ୍ୟମ କରିଥିବା ବେଳେ ନ ଭାଙ୍ଗିବାରୁ ତାକୁ ଉଠାଇନେଇଥିଲେ। ଏଥିସହ ଅଫିସର କାରକୁ ମଧ୍ୟ ସାଙ୍ଗରେ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ଏହି ଟ୍ରେଜେରିରେ ନଗଦ ୩୫ ଲକ୍ଷ ଟଙ୍କା ଓ ଲକ୍ଷ ଲକ୍ଷ ଟଙ୍କାର ସୁନା ଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ପୋଲିସ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିବା ବେଳେ ଏହାକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି। ଏଥିସହ ସନ୍ଦେହରେ ପୋଲିସ ୨ ସୁରକ୍ଷାକର୍ମୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

Share