ଚାମଚରେ ପାଣି ପିଇଲେ ମହାଦେବଙ୍କ ବୃଷଭ

କୋକସରା,୬।୩(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗାଁରେ ଥିବା ଚମ୍ପେଶ୍ୱର ମହାଦେବ ମନ୍ଦିରରେ ରବିବାର ମହାଦେବଙ୍କ ବୃଷଭ ଚାମଚରେ ପାଣି ପିଉଥିବା ଚର୍ଚ୍ଚା ହୋଇଥିଲା। ଏହାଶୁଣି ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା।

ପଥରରେ ନିର୍ମିତ ବୃଷଭ ପାଣି ପିଇବା ଅବିଶ୍ୱାସ ଯୋଗ୍ୟ ହେଲେ ମଧ୍ୟ ଶତାଧିକ ଭକ୍ତ ମନ୍ଦିରରେ ପହଞ୍ଚି ପାଣି ପିଆଇ ଘଟଣା ସତ ବୋଲି ଜାଣିଥିଲେ। ଏପରି କି କିଛି ଭକ୍ତ ବୃଷଭ ମୁହଁ ପାଖରେ ଚାମଚରେ ପାଣି ରଖିଲେ ଶୋଷି ନେଉଥିବା ଦେଖିଥିଲେ। ଅନ୍ୟପକ୍ଷେ ଚମ୍ପେଶ୍ୱର ମହାଦେବ ମନ୍ଦିର ବହୁ ପୁରୁଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।