ତ୍ରିଶୂଳିଆରେ ମହାଦେବ ଗ୍ରୀନ୍‌ସ

ଭୁବନେଶ୍ୱର,୧୯।୯: ମହାଦେବ ଗୃହ ନିର୍ମାଣ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ନୂତନ ପ୍ରକଳ୍ପ ‘ମହାଦେବ ଗ୍ରୀନ୍‌ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଉକ୍ତ ପ୍ରକଳ୍ପ ଭୁବନେଶ୍ୱର-କଟକ ମଧ୍ୟଭାଗ ତ୍ରିଶୂଳିଆ ଆବାସିକ ଅଞ୍ଚଳରେ ନିର୍ମିତ ହେଉଥିବା ଏହି ନୂତନ ପ୍ରକଳ୍ପ ୨.୮ ଏକର ପରିବ୍ୟାପ୍ତ ଜମିରେ ଅତ୍ୟାଧୁନିକ ସୁବିଧା, ଡିଜାଇନ ଓ ପ୍ରାକୃତିକ ଶାନ୍ତିର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଶ୍ରଣ ପ୍ରଦାନ କରୁଛି। ସେହିଭଳି ଉକ୍ତ ପ୍ରକଳ୍ପରେ ୨୫୭ ଟି ୨ବିଏଚ୍‌କେ, ୩ବିଏଚ୍‌କେ, ୩.୫ବିଏଚ୍‌କେ ଏବଂ ୪.୫ବିଏଚ୍‌କେ ଫ୍ଲାଟ୍‌ ରହିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୬୦.୭୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏପରିକି ଚଳିତ ମାସରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ୨୦୨୭ ଜୁନ୍‌ରେ ଆଶାୟୀ ଗ୍ରାହକଙ୍କୁ ସେମାନଙ୍କର ଡେଲିଭରି କରିବାର ଯୋଜନା ରହିଥିବା କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଏ ସମ୍ପର୍କରେ ମହାଦେବ ଗୃହ ନିର୍ମାଣର ନିର୍ଦ୍ଦେଶକ ସୁନୀଲ କୁମାର ସରଳିଆ କହିଛନ୍ତି, ତ୍ରିଶୂଳିଆ ଟ୍ବିନ୍‌ ସିଟିର ପରବର୍ତ୍ତୀ ଆବାସିକ କେନ୍ଦ୍ର ଭାବେ ଉଭା ହୋଇଛି। ଆମେ ଏହି ପରିବର୍ତ୍ତନର ଅଂଶ ହେବାକୁ ଉତ୍ସାହିତ ରହିଛୁ। ବିଶେଷ କରି ଉକ୍ତ ଆପାର୍ଟମେଣ୍ଟର ସୌନ୍ଦର୍ଯ୍ୟ ଏବଂ ପରିବେଶ ବେଶ୍‌ ନିଆରା ଏବଂ ଅନ୍ୟ ଗୃହ ନିର୍ମାଣ ସଂସ୍ଥାର ପରିବେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଉକ୍ତ ପ୍ରକଳ୍ପରେ ଅଗ୍ନିନିର୍ବାପକ ବ୍ୟବସ୍ଥା, ୨୪ ଘଣ୍ଟିଆ ସିସିଟିଭି ନିରୀକ୍ଷଣ, ଇଣ୍ଟରକମ୍‌ ସୁବିଧା, ପର୍ଯ୍ୟଟକ ଓ ଆମ୍ବୁଲାନ୍ସ ପାର୍କିଂ, ବର୍ଷା ଜଳ ସଂରକ୍ଷଣ ଏବଂ କମନ୍‌ ଏରିଆ ପାଇଁ ଶତପ୍ରତିଶତ ପାୱାର ବ୍ୟାକ୍‌ଅପ୍‌ ଭଳି ସୁବିଧା ସୁଯୋଗ ଓ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ସେପ୍ଟେମ୍ବର ୧୯ରୁ ମହାଦେବ ଗ୍ରୀନ୍‌ସ ପାଇଁ ବୁକିଂ ଆରମ୍ଭ ହେଉଥିବା ବେଳେ ପ୍ରକଳ୍ପର ସମସ୍ତ ସୂଚନା ଉଭୟ କାର୍ଯ୍ୟାଳୟ ଓ ପ୍ରକଳ୍ପ ସ୍ଥଳରେ ମଧ୍ୟ ଆଶାୟୀ ଗ୍ରାହକଙ୍କୁ ଯୋଗାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri