ଫ୍ରିଡମ୍‌ ଅଏଲର ଜିଲାସ୍ତରୀୟ ରିଟେଲର୍ସ ମିଟ୍‌

ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ଖାଇବା ତେଲ ଫ୍ରିଡମ୍‌ ଅଏଲର ଓଡ଼ିଶା ବଜାର ପକ୍ଷରୁ ସୋମବାର ଏକ ଜିଲାସ୍ତରୀୟ ରିଟେଲର୍ସ ମିଟ୍‌ ସତ୍ୟମ୍‌ ଡିଷ୍ଟ୍ରିବ୍ୟୁଟର ଓ ରାଜ୍ୟଶ୍ରୀ ସପ୍ଲାୟର୍ସ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରିଟେଲ ମିଟ୍‌ ଭଦ୍ରକ ଚାରିଘରିଆ ଛକସ୍ଥିତ ନରେନ୍ଦ୍ର ରୟାଲଠାରେ (ଭଦ୍ରକ ଜିଲାର ସମସ୍ତ ଫ୍ରିଡମ୍‌ ରିଟେଲ ବ୍ୟବସାୟୀମାନଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ) ଆୟୋଜିତ ହୋଇଥିଲା। ଉକ୍ତ ଉତ୍ସବରେ ଫ୍ରିଡମ ଅଏଲର ଓଡ଼ିଶା ହେଡ୍‌ ଅମୀୟ କୁମାର ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ଭାରତ ମସଲାର ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ମନସା ଗ୍ରୁପର ନିର୍ଦ୍ଦେଶକ ବିବେକ ଚନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଧଳ କହିଥିଲେ, କଠିନ ପରିଶ୍ରମ ଓ ସାଧୁତା ଅବଲମ୍ବନ ସହ ବିଶ୍ୱସ୍ବନୀୟ ଆଚରଣ ଦ୍ବାରା ବ୍ୟବସାୟୀ ଗ୍ରାହକଙ୍କ ବିଶ୍ୱାସ ଭାଜନ ହେବା ସହିତ ସଫଳ ବ୍ୟବସାୟୀ ଭାବେ ମଧ୍ୟ ବଜାରରେ ପରିଗଣିତ ହୋଇପାରିବେ। ସେହିଭଳି ସତ୍ୟମ ଡିଷ୍ଟ୍ରିବ୍ୟୁଟର ମୁଖ୍ୟ ନିମାନନ୍ଦ ସାହୁ ଏବଂ ରାଜ୍ୟଶ୍ରୀ ସପ୍ଲାୟର୍ସର ମୁଖ୍ୟ ରାଜ୍ୟଶ୍ରୀ ପ୍ରିୟଦର୍ଶିନୀ ସାହୁଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଯେଉଁଥିରେ ଓଡ଼ିଶାର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ସୁବାସ ରାମ ଓ ଅଭିନେତା ବ୍ରଜ ସିଂହ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ସୋରିଷ ତେଲର ଅଧିକ ବିକ୍ରେତା ହିସାବରେ ଭଦ୍ରକ ଜିଲାର ୧୦ ରିଟେଲରଙ୍କୁ ଫ୍ରିଡମ କମ୍ପାନୀ ପକ୍ଷରୁ ପୁରସ୍କାର ସ୍ବରୂପ ୫ ଲିଟର ଲେଖାଏଁ ଜାର୍‌ ପ୍ରଦାନ କରାଯାଇଥିଲା। ଉକ୍ତ ମିଟ୍‌ରେ ପ୍ରଭାତ ରଞ୍ଜନ ଦାସ, ହଳଧର ସାହୁ, ବିରଜା ମହାପାତ୍ର, ପ୍ରକାଶ ପାତ୍ର, ଜୀବନେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri