ଭୁବନେଶ୍ୱର,୧୯।୯: ମହାଦେବ ଗୃହ ନିର୍ମାଣ ପ୍ରାଇଭେଟ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ନୂତନ ପ୍ରକଳ୍ପ ‘ମହାଦେବ ଗ୍ରୀନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଉକ୍ତ ପ୍ରକଳ୍ପ ଭୁବନେଶ୍ୱର-କଟକ ମଧ୍ୟଭାଗ ତ୍ରିଶୂଳିଆ ଆବାସିକ ଅଞ୍ଚଳରେ ନିର୍ମିତ ହେଉଥିବା ଏହି ନୂତନ ପ୍ରକଳ୍ପ ୨.୮ ଏକର ପରିବ୍ୟାପ୍ତ ଜମିରେ ଅତ୍ୟାଧୁନିକ ସୁବିଧା, ଡିଜାଇନ ଓ ପ୍ରାକୃତିକ ଶାନ୍ତିର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଶ୍ରଣ ପ୍ରଦାନ କରୁଛି। ସେହିଭଳି ଉକ୍ତ ପ୍ରକଳ୍ପରେ ୨୫୭ ଟି ୨ବିଏଚ୍କେ, ୩ବିଏଚ୍କେ, ୩.୫ବିଏଚ୍କେ ଏବଂ ୪.୫ବିଏଚ୍କେ ଫ୍ଲାଟ୍ ରହିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୬୦.୭୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏପରିକି ଚଳିତ ମାସରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ୨୦୨୭ ଜୁନ୍ରେ ଆଶାୟୀ ଗ୍ରାହକଙ୍କୁ ସେମାନଙ୍କର ଡେଲିଭରି କରିବାର ଯୋଜନା ରହିଥିବା କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଏ ସମ୍ପର୍କରେ ମହାଦେବ ଗୃହ ନିର୍ମାଣର ନିର୍ଦ୍ଦେଶକ ସୁନୀଲ କୁମାର ସରଳିଆ କହିଛନ୍ତି, ତ୍ରିଶୂଳିଆ ଟ୍ବିନ୍ ସିଟିର ପରବର୍ତ୍ତୀ ଆବାସିକ କେନ୍ଦ୍ର ଭାବେ ଉଭା ହୋଇଛି। ଆମେ ଏହି ପରିବର୍ତ୍ତନର ଅଂଶ ହେବାକୁ ଉତ୍ସାହିତ ରହିଛୁ। ବିଶେଷ କରି ଉକ୍ତ ଆପାର୍ଟମେଣ୍ଟର ସୌନ୍ଦର୍ଯ୍ୟ ଏବଂ ପରିବେଶ ବେଶ୍ ନିଆରା ଏବଂ ଅନ୍ୟ ଗୃହ ନିର୍ମାଣ ସଂସ୍ଥାର ପରିବେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଉକ୍ତ ପ୍ରକଳ୍ପରେ ଅଗ୍ନିନିର୍ବାପକ ବ୍ୟବସ୍ଥା, ୨୪ ଘଣ୍ଟିଆ ସିସିଟିଭି ନିରୀକ୍ଷଣ, ଇଣ୍ଟରକମ୍ ସୁବିଧା, ପର୍ଯ୍ୟଟକ ଓ ଆମ୍ବୁଲାନ୍ସ ପାର୍କିଂ, ବର୍ଷା ଜଳ ସଂରକ୍ଷଣ ଏବଂ କମନ୍ ଏରିଆ ପାଇଁ ଶତପ୍ରତିଶତ ପାୱାର ବ୍ୟାକ୍ଅପ୍ ଭଳି ସୁବିଧା ସୁଯୋଗ ଓ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ସେପ୍ଟେମ୍ବର ୧୯ରୁ ମହାଦେବ ଗ୍ରୀନ୍ସ ପାଇଁ ବୁକିଂ ଆରମ୍ଭ ହେଉଥିବା ବେଳେ ପ୍ରକଳ୍ପର ସମସ୍ତ ସୂଚନା ଉଭୟ କାର୍ଯ୍ୟାଳୟ ଓ ପ୍ରକଳ୍ପ ସ୍ଥଳରେ ମଧ୍ୟ ଆଶାୟୀ ଗ୍ରାହକଙ୍କୁ ଯୋଗାଇ ଦିଆଯିବ ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

