‘ମହାଦେବ’ ଫେମ୍‌ ମୋହିତଙ୍କ ବୈବାହିକ ଜୀବନରେ ଝଡ଼! ବର୍ଷେ ନ ପୂରୁଣୁ…

ବମ୍ବେ: ‘ମହାଦେବ’ ଫେମ୍‌ ଲୋକପ୍ରିୟ ଅଭିନେତା ମୋହିତ ରାଇନାଙ୍କ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଛି। ସେ ନିଜର ଇନଷ୍ଟାଗ୍ରାମରୁ ବିବାହ ଫଟୋ ଡିଲିଟ୍‌ କରିବା ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ତେବେ ଏହି କଥାରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

୨୦୨୨ ଜାନୁୟାରୀ ପହିଲ।ରେ ଅଦିତି ଶର୍ମାଙ୍କୁ ବିବାହ କରିଥିଲେ ମୋହିତ। ହଠାତ ବିବାହ କରି ସେ ପ୍ରଶଂସକଙ୍କୁ ଚମକାଇଥିଲେ। ହେଲେ ଯେଉଁଭଳି ଭାବେ ମୋହିତ ନିଜର ବିବାହ ଫଟୋକୁ ଡିଲିଟ୍‌ କରିଛନ୍ତି, ତାହା ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି।

କହିରଖୁଛୁ, ଅଦିତି ମନୋରଞ୍ଜନଜଗତ ସହ ଜଡ଼ିତ ନୁହନ୍ତି। ମୋହିତ ତାଙ୍କୁ ଜଣେ ବନ୍ଧୁଙ୍କ ଜରିଆରେ ଭେଟିଥିଲେ। ଉଭୟ ଧିରେ ଧିରେ କଥା ହେବା ପରେ ଡେଟ୍‌ କରିଥିଲେ। ଚଳିତ ବର୍ଷ ଉଭୟ ବେଶ ଧୁମ୍‌ଧାମରେ ବିବାହ କରିଥିଲେ।

Share