ମହାଭାରତ: ବିଜ୍ଞାନ ଓ ବାସ୍ତବତା

ଉପେନ୍ଦ୍ର ବିଶ୍ୱାଳ

ପଶ୍ଚିମବଙ୍ଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହସ୍ପିଟାଲରେ ଦେଖିବାକୁ ମିଳେ ଏକ ଅଭାବନୀୟ ଦୃଶ୍ୟ, ଗତ ଜୁନ ମାସରେ। ନଅବର୍ଷ କାଳ ସୁଖଦ ବୈବାହିକ ଜୀବନ ନିର୍ବାହ କରି ଆସିଥିବା ୩୦ ବର୍ଷିଆ ମଧୁରକଣ୍ଠି ଜଣେ ସୁନ୍ଦରୀ ମହିଳା ତଳି ପେଟରେ ଦିନେ ଗଭୀର ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସାଳୟରେ ଭର୍ତ୍ତି ହେଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ସାମ୍ନାକୁ ଆସିଲା, ଭିନ୍ନ ଏକ ଚିତ୍ର। ପୁରୁଷଙ୍କ ପରି ମହିଳାଙ୍କଠାରେ ନ ଥିଲା ଡିମ୍ବାଶୟ କି ଗର୍ଭାଶୟ। ମାସିକଧର୍ମୀ ଜୈବିକ କ୍ରିୟା ବି ହେଉ ନ ଥିଲା। ଯାହାକୁ ସମ୍ପୁକ୍ତ ଡାକ୍ତରମାନେ କହିଲେ, ମହିଳା ଜଣକ ଜେନେଟିକାଲି ପୁରୁଷ (AFAB) ବୋଲି। ଆଜିର ଚିକିତ୍ସା ବିଜ୍ଞାନ ଏହାକୁ ସ୍ବୀକୃତି ଦେଉଥିଲା ବେଳେ ଏହି ଘଟଣା ଅତି କ୍ୱଚିତ ଦେଖାଯାଏ ବୋଲି ଚିକିତ୍ସକମାନେ କୁହନ୍ତି। ଠିକ୍‌ ଏହାର ଏକ ଓଲଟ ଚିତ୍ର ଅର୍ଥାତ୍‌ ପୁରୁଷଟିଏ ଜେନେଟିକାଲି ମହିଳା (AMAB) ଅର୍ଥାତ ଗର୍ଭଧାରୀ ପୁରୁଷଙ୍କ ସମ୍ବନ୍ଧେ ବର୍ଣ୍ଣନା ଅଛି ମହାଭାରତରେ, ଯାହା କି ଆଜିର ଚିକିତ୍ସା ବିଜ୍ଞାନ ପାଇଁ ମଧ୍ୟ ଉତ୍କର୍ଷର ଉପଲବ୍ଧି। ମହାଭାରତରେ ଯୁବନାଶ୍ୱ ନାମରେ ଜଣେ ରାଜା ଥିଲେ। ଯାହାଙ୍କ ଗର୍ଭରୁ ଜାତ ହୋଇଥିଲେ ଶିଶୁପୁତ୍ର ମାନ୍ଧାତା; ଯିଏ କି ପରବର୍ତ୍ତୀ ସମୟରେ ପରିଚିତ ଥିଲେ ଜଣେ ଦିଗ୍‌ବିଜୟୀ ରାଜା ଭାବେ। ରାଜା ଯୁବନାଶ୍ୱ ନିଃସନ୍ତାନ ଥିବାରୁ ଏବଂ ଦୈବୀକ୍ରମେ ତାଙ୍କଠି ଗର୍ଭାଶୟ ଥିବାର ବିଜ୍ଞାନୀମାନେ ଜାଣି ପାରିଥିଲେ। ତା’ପରେ, ଆଜି ଦିନପରି କୃତ୍ରିମ ଗର୍ଭସଞ୍ଚାର ତଥା ସିଜରିଆନ ପଦ୍ଧତିରେ ଶିଶୁଟିକୁ ଜନ୍ମ ଦିଆଯାଇଥିବ। ଶିଶୁପୁତ୍ର ମାନ୍ଧାତା ମାତୃ କ୍ଷୀରରୁ ସ୍ବାଭାବିକ ଭାବେ ବଞ୍ଚତ୍ତ ହୋଇ ଇନ୍ଦ୍ରଙ୍କ ଆଙ୍ଗୁଠିକୁ ଚୁଚୁମି ଚୁଚୁମି ( ବୋତଲ କ୍ଷୀର ) ଜିଇଥିଲେ।
ମାନବ କ୍ଲୋନିଂ, IVF ପଦ୍ଧତି ବା ଟେଷ୍ଟ ଟ୍ୟୁବ ପଦ୍ଧତିରେ ଗର୍ଭସଞ୍ଚାର ଓ ପିଲାଜନ୍ମ ହେବା, ଆଜିର ବିଜ୍ଞାନର ଏକ ବିଶେଷ ବରଦାନ ବୋଲି ବିଚାର କରାଯାଏ। କିନ୍ତୁ କାହିଁ କେତେ ହଜାର ବର୍ଷ ପୂର୍ବରୁ ମହାଭାରତରେ ଏହା ଦର୍ଶାଯାଇଥିଲା। ଅତି କ୍ଷୀଣକାୟ, ଅତିଶୟ ଦୁର୍ବଳ ଓ ଅସହାୟ ରାଜା ପଣ୍ଡୁ, ବଂଶରକ୍ଷା ପାଇଁ IVF ପଦ୍ଧତିକୁ ଭଲ ବିକଳ୍ପ ଭାବେ ବାଛିଥିବେ। ସେଥିପାଇଁ ଶ୍ରେଷ୍ଠ ଓ ଆଦର୍ଶ ପୁରୁଷଙ୍କ ସାହାଯ୍ୟ ଲୋଡ଼ା ଯିବାରୁ ଧର୍ମଦେବତା, ପବନ ଦେବତା, ଇନ୍ଦ୍ର ଦେବତା, ଦେବବୈଦ୍ୟ ଅଶ୍ବିନୀ କୁମାର ଆଦି ତାଙ୍କୁ ସହାୟତା ପାଇଁ ଆଗେଇ ଆସିଥିବେ। ଗାନ୍ଧାରୀଙ୍କ ଶତ ପୁତ୍ରଙ୍କ ଜନ୍ମ ମାନବ କ୍ଲୋନିଂର ସଫଳ ନିର୍ଯାସ ନୁହଁ କି? ଯାହା କି ମହାଭାରତର ଆଦ୍ୟ ପର୍ବ ୧୧୫ ତମ ଅଧ୍ୟାୟରେ ସୂଚିତ। ମହାଭାରତକୁ କାଳ୍ପନିକ କାହାଣୀ ବୋଲି କହି ବୁଲୁଥିବା ଆମେ ମୂଢ ମଣିଷମାନେ ଏପରି ଅଜସ୍ର ଘଟଣା ଉପରେ ଗବେଷଣା କରିଥିଲେ, ଭୌତିକ ବିଜ୍ଞାନ କ୍ଷେତ୍ରରେ ଆଜି ଆମେ କେତେ ଆଗରେ ଥାଆନ୍ତେ। ପାଶ୍ଚାତ୍ୟ ଜଗତ ଆମ ଶାସ୍ତ୍ର ପୁରାଣ ଆଦିକୁ ପାଗଳପରି ଘାଣ୍ଟି ଚାଲିଥିଲା ବେଳେ ଆମେ ଭାରତୀୟମାନେ ଆଜି ବି ଅନାଇ ରହିଛୁ ସେମାନଙ୍କ ସିଦ୍ଧାନ୍ତ ସବୁକୁ। ଏବେ ଆସିବା ଋଷି ପରାଶରଙ୍କ ପାଖକୁ। ଯିଏ କି କେଉଟ କନ୍ୟା ସତ୍ୟବତୀଙ୍କୁ ନଦୀ ମଧ୍ୟସ୍ଥ ନାଆରେ ମତ୍ସ୍ୟଗନ୍ଧାରୁ ଯୋଜନ ଗନ୍ଧାରେ ପରିଣତ କରି ପାରିଥିଲେ। ବିନା ପରୀକ୍ଷାଗାରରେ ବିଜ୍ଞାନ ଜଗତ ପାଇଁ ଏହା ହୁଏତ ବିସ୍ମୟ ହୋଇପାରେ, ମାତ୍ର ଯୋଗୀ -ମୁନିଙ୍କ ପାଇଁ ଏହା ଅତି ସହଜ ବିଜ୍ଞାନ। କୃଷି ଓ ଉଦ୍ଭିଦ ବିଜ୍ଞାନୀ ଋଷି ପରାଶର ଥିଲେ ଆମ ଆଖି ପାଉ ନ ଥିବା ହଜାର ହଜାର ବର୍ଷ ପୂର୍ବର ମଣିଷ। ଯାହା ଆମ ପାଇଁ ହୁଏତ ଅବିଶ୍ୱାସ ହୋଇପାରେ। କିନ୍ତୁ ଆଖି ସାମ୍ନାର ମାତ୍ର ନବେ ବର୍ଷ ତଳେ ପରାଶରଙ୍କ ପରି ଜଣେ ଯୋଗୀ ଥିଲେ, ସ୍ବାମୀ ବିଶୁଦ୍ଧାନନ୍ଦ। ପ୍ରାକ୍‌ ସ୍ବାଧୀନତା କାଳର ଗନ୍ଧ ବାବା ନାଁରେ ସେ ବେଶ୍‌ ଲୋକପ୍ରିୟ ଥିଲେ। ଆଖି ପିଛୁଳାକେ ସୁଗନ୍ଧର ଅତର ବିଛାଡି ଦେଉଥିଲେ ଚାରିଆଡେ। ଫଳରେ ଦୀର୍ଘ ସମୟ ଧରି ସୁଗନ୍ଧର କୁହୁଡ଼ିଆ ଘନ ଆସ୍ତରଣ ଅନୁଭୂତ ହେଉଥିଲା ଚତୁଃପାର୍ଶ୍ୱରେ। ଏହି ଗୁପ୍ତ ଯୋଗବିଦ୍ୟାକୁ ତିବ୍ବତର ଜଣେ ମହାନ୍‌ ଗୁରୁଙ୍କଠାରୁ ଶିକ୍ଷା ଲାଭ କରିଥିଲେ ବୋଲି ସେ କହୁଥିଲେ। ସେମିତି ବି ସଂଜୟଙ୍କର ଦୂରଦର୍ଶନ କଥା ଆମେ ଜାଣୁ।
ରାଜପ୍ରାସାଦରେ ରହି ବି କୁରୁକ୍ଷେତ୍ର ଯୁଦ୍ଧର ଟିକିନିକି ଧାରା ବିବରଣୀ ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କୁ ପ୍ରଦାନ କରି ପାରୁଥିଲେ। ମଣିଷର ଯେ ଦୂରଦର୍ଶନ ଶକ୍ତି ଅଛି, ସଂଜୟଙ୍କ ଠାରୁ ଏହା ଜଣାପଡେ। ଏହାର ସତ୍ୟତା ସମ୍ବନ୍ଧେ ମଧ୍ୟ ପରୀକ୍ଷା କରାଯାଇଛି। ରୋମର ରୟାଲ ୟୁନିଭରସିଟିର ସ୍ନାୟବିକ ମନୋବିଜ୍ଞାନର ଅଧ୍ୟାପକ ଡକ୍ଟର ଜି. ବ୍ୟାରିଗ୍ୟାରିସ ଏହାର ସତ୍ୟତାକୁ ପ୍ରତିପାଦନ କରିଥିଲେ ନଭେମ୍ବର ୧୯୩୪ ମସିହାରେ। ଜଣେ ବ୍ୟକ୍ତିର ଶରୀରର କେତେକ ସ୍ଥାନକୁ ଚିପି ଧରିବା ଦ୍ୱାରା ପ୍ରାଚୀରର ବିପରୀତ ପାଶର୍‌ବରେ ଥିବା ଅନ୍ୟ ଲୋକଙ୍କ ହାବ ଭାବ ତଥା ସେପଟେ ଥିବା ବସ୍ତୁ ସମ୍ବନ୍ଧେ ସ୍ପଷ୍ଟ ଭାବେ ବର୍ଣ୍ଣନା କରିପାରିଥିଲେ ସେ ବ୍ୟକ୍ତି। ମନୋବିଜ୍ଞାନୀଙ୍କ ମତରେ, ଶରୀରର ଚର୍ମ ଉପରେ ନିର୍ଦ୍ଦିଷ୍ଟ ସ୍ଥାନ ବିଶେଷକୁ ଯଦି ଠିକ୍‌ ଢଙ୍ଗରେ ଉତ୍ତେଜିତ କରାଯାଏ, ତେବେ ସେହି ବ୍ୟକ୍ତିର ଅତ୍ୟନ୍ଦ୍ରିୟ ଅନୁଭୂତି ହୁଏ; ଯଦ୍ଦ୍ବ୍ବାରା ଦୂରର ସବୁକିଛି ଦେଖିପାରେ। ରୋମର ସେ ପ୍ରାଧ୍ୟାପକ ଜଣକ ମଣିଷ ଶରୀରରେ ଥିବା ଦୂରଦର୍ଶନ ଶକ୍ତିର ପ୍ରମାଣ କରିବାକୁ ଯାଇ ସେ ବ୍ୟକ୍ତିଙ୍କର ବକ୍ଷଦେଶର ଦକ୍ଷିଣ ପାଶର୍‌ବରେ ଏକ ନିର୍ଦ୍ଦିଷ୍ଟ ସ୍ଥଳକୁ ୧୫ ମିନିଟ ପର୍ଯ୍ୟନ୍ତ ଚିପି ଧରିଥିଲେ (ଯୋଗୀର ଆତ୍ମଚରିତ, ପରମହଂସ ଯୋଗାନନ୍ଦ)। ମାତୃଗର୍ଭରେ ଥିବା ଶିଶୁଟି ବି ଶୁଣିପାରେ ଓ ଶିଖିପାରେ, ଏକଥା ସୁଭଦ୍ରା ତନୟ ଅଭିମନ୍ୟୁଙ୍କ କ୍ଷେତ୍ରରେ ମହାଭାରତ ଆମକୁ ବତାଇ ଅଛି। ପିତା ଅର୍ଜୁନଙ୍କ ଅନୁପସ୍ଥିତିରେ ଶତ୍ରୁର ବୂ୍ୟହଭେଦ କରିବା କୌଶଳ ମାତୃଗର୍ଭରେ ଶୁଣିଥିବା ଅଭିମନ୍ୟୁ ଆଗେଇ ଯାଇଥିଲେ ରଣାଙ୍ଗନକୁ। ଅବଶ୍ୟ ଅନ୍ୟାୟ ଯୁଦ୍ଧରେ ସେ ପରାସ୍ତ ଓ ନିହତ ହୋଇଥିଲେ ବୂ୍ୟହ ବାହାରକୁ ବାହାରିବାର କୌଶଳ ସେତେବେଳେ ସେ ଶୁଣି ନ ଥିବାରୁ। ଆଉ ଏହିକଥା ସତ ଓ ସମ୍ଭବ ବୋଲି ପ୍ରମାଣ କରିଛି ଆଜିର ଶରୀର ବିଜ୍ଞାନ ମଧ୍ୟ (ହିନ୍ଦୁସ୍ଥାନ ଟାଇମ୍ସ, ୩୦ା୦୭ା୧୯୮୪)। ସେମିତି ବି ପିତାମହ ଭୀଷ୍ମଙ୍କ ଇଚ୍ଛାମୃତ୍ୟୁ, ଯୋଗ ବିଜ୍ଞାନର ଏକ ସୂକ୍ଷ୍ମ କୌଶଳ, ଯାହା କି ଆମପରି ସାଧାରଣ ଲୋକଙ୍କୁ ଅସମ୍ଭବ ବୋଲି ମନେହୁଏ। କ୍ରିୟାଯୋଗର ଏକ ବିଶେଷ କୌଶଳ ବଳରେ ଇଚ୍ଛାନୁଯାୟୀ ଜଣେ ନିଜ ଶରୀରକୁ ତ୍ୟାଗ କରିଥାନ୍ତି। ଆଧ୍ୟାତ୍ମିକ ବିଜ୍ଞାନ ଜଗତର ଶୀର୍ଷରେ ପହଞ୍ଚତ୍ି ପାରିଥିବା କାଁ ଭାଁ ସିଦ୍ଧ ଯୋଗୀମାନେ ହିଁ ଏହାକୁ ହାସଲ କରିପାରନ୍ତି। ଏହି ଅମୃତ ପଥର ଅଭିଯାତ୍ରୀଙ୍କ ମଧ୍ୟରୁ ସ୍ବଳ୍ପ କେତେକଙ୍କ ଅନୁଭୂତି ଅନୁଯାୟୀ ଆଜି ଦିନରେ ଇଚ୍ଛାମୃତ୍ୟୁ ଆୟତ୍ତ କରିଥିବା ଜଣେ ଶିଖର ସ୍ତରର ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ଶ୍ରୀ ଶ୍ରୀ ବାବାଜୀ। ଶହ ଶହ, ହଜାର ହଜାର ବର୍ଷ ଧରି ଆଜି ବି ଏକ ବୃହତ୍‌ ଲକ୍ଷ୍ୟରେ ଚିରଞ୍ଜୀବୀ ହେଇ ରହିଛନ୍ତି ଓ ଆଧ୍ୟାତ୍ମିକ ଜଗତରେ ଉଚ୍ଚତ୍ତର ଜିଜ୍ଞାସୁ ସାଧକ ମାନଙ୍କୁ ମାର୍ଗଦର୍ଶନ କରି ଚାଲିଛନ୍ତି। ଏହି କଥାକୁ ସ୍ବ ସ୍ବ ଅନୁଭୂତି ଆଧାରରେ ସ୍ବୀକାର କରନ୍ତି ଅନେକ ସିଦ୍ଧ ସନ୍ଥମାନେ। (ହିମାଳୟ ବାସୀ ଗୁରୁଙ୍କ ଆଶ୍ରିତ ଜଣେ ଯୋଗୀଙ୍କ ଆତ୍ମକଥା, ଶ୍ରୀ ଏମ୍‌ )।
ଲୌହ ମୂଷାଳାବଶେଷରୁ ତିଆରି ଅସ୍ତ୍ରର ଆକ୍ରମଣ – ପ୍ରତି ଆକ୍ରମଣରେ ଧ୍ବଂସ ହୋଇଥିଲା ଯଦୁ ବଂଶ। ଧ୍ବଂସର କାରକ ଥିବା ମୂଷଳ ଶବ୍ଦର ଅପଭ୍ରଂଶ ହୋଇ ଆଜିର ଧ୍ବଂସାସ୍ତ୍ରର ନାଁ ବି ମିସାଇଲ। ଆରବସାଗର ଗର୍ଭରେ ବୁଡି ରହିଥିବା ଦ୍ୱାରକା ନଗରୀ, ଆଜି ବି ବର୍ଣ୍ଣନା କରିଚାଲିଛି ମହାଭାରତର ବାସ୍ତବିକତାକୁ। ଭାରତର ପ୍ରାକ୍ତନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ବିଦ୍ୱାନ ପ୍ରଫେସର ମୁରଲୀ ମନୋହର ଯୋଶୀଙ୍କ ନିର୍ଦ୍ଦେଶ ମତେ National Institute of Ocean Technology ଦ୍ୱାରା ୨୦୦୧ରୁ ୨୦୦୪ ମସିହା ମଧ୍ୟରେ ଏକାଧିକ ଅନୁସନ୍ଧାନ ଆଧାରିତ ରିପୋର୍ଟ କୁହେ ଯେ ବାୟୁମଣ୍ଡଳର କ୍ରମ ବର୍ଦ୍ଧମାନ ତାପମାତ୍ରା ଯୋଗୁ ସମୁଦ୍ରର ଜଳସ୍ତର ଉପରକୁ ଉଠି ଆସିବାରୁ ଦ୍ୱାରକା ନଗରୀଟି ଧୀରେ ଧୀରେ ସମୁଦ୍ର ଗର୍ଭରେ ଲୀନ ହୋଇଗଲା। ତଥାପି ଆଜି ବି ଆରବ ସାଗରର ୪୦ମିଟର ଗଭୀର ଦେଶରେ ପ୍ରାୟ ୧୦ କି.ମି. ବ୍ୟାପି ଏକ ନଗରୀର ଭଗ୍ନାବଶେଷ ଦେଖିବାକୁ ମିଳେ। ଏହିଭଳି ମହାଭାରତର ଅଜସ୍ର ଘଟଣାବଳୀଗୁଡିକୁ ଅତି ସୂକ୍ଷ୍ମ ଭାବେ ପର୍ଯ୍ୟାଲୋଚନା କଲେ ତାହାର ବାସ୍ତବତାକୁ ଆମେ ହୃଦ୍‌ବୋଧ କରିପାରନ୍ତେ। ମହାଭାରତ କେବଳ କାଳଜୟୀ ଏକ କାବ୍ୟାୟିତ କୀର୍ତ୍ତି ବା କୃତି ନୁହଁ। ବହୁ ମୂଲ୍ୟବୋଧର ରତ୍ନଭଣ୍ଡାର ଯେମିତି, ସେମିତି ବି ବିଜ୍ଞାନର ଅସରନ୍ତି ଗନ୍ତାଘର। ଏହାକୁ ମନ୍ଥନ କରିଲେ ମିଳନ୍ତା ଅସରନ୍ତି ଜ୍ଞାନର ରତ୍ନସମ୍ଭାର। ଆମେ ଜାଣିପାରନ୍ତୁ ବିଜ୍ଞାନର ଅନେକ ରହସ୍ୟ ସବୁକୁ ଓ ଆହୁରି ଅନେକ କଲ୍ୟାଣ ସାଧନ ହୋଇପାରନ୍ତା ମାନବ ସମାଜର।
ଗୋଡିଶୂଳ, ସଜନାଗଡ଼, ବାଲେଶ୍ବର
ମୋ-୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri