ସ୍ତ୍ରୀଙ୍କଠାରୁ ଅଲଗା ହେବେ ମହାଭାରତ ଫେମ୍‌ ଏହି ଅଭିନେତା

ବମ୍ବେ: ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ମହାଭାରତର ଯୁଧିଷ୍ଠୀର ଓରଫ ରୋହିତ ଭରଦ୍ୱାଜ। ୨୦୧୭ରେ ଇଣ୍ଡେନେସିଆ ଟ୍ରିପ୍‌ରୁ ଆସିବା ପରଠାରୁ ସ୍ତ୍ରୀ ପୁନମଙ୍କ ସହ ତାଙ୍କର ଝଗଡ଼ା ବଢ଼ିଥିଲା। ଏବେ ଉଭୟ ଚାରି ବର୍ଷ ଧରି ଅଲଗା ରହୁଛନ୍ତି। ଛାଡ଼ପତ୍ର ଲାଗି କୋର୍ଟରେ ମାମଲା ଚାଲିଥିବା ବେଳେ ଏଥିଲାଗି ଆଉ ଦୁଇ ମାସ ଲାଗିପାରେ। ଅଭିନେତା ନିଜେ ଏନେଇ ଏକ ସାକ୍ଷାତକାରରେ କହିଛନ୍ତି।

ବିବାହ ପରଠାରୁ ପୁନମଙ୍କ ସହ ତାଙ୍କ ସମ୍ପର୍କ ସେତେଟା ଭଲ ନ ଥିଲା। ହେଲେ ଉକ୍ତ ଟ୍ରିପ୍‌ ପରଠାରୁ ଝଗଡ଼ା ଅଧିକ ହେବାରେ ଲାଗିଥିଲା। ଶେଷରେ ଏହା ଛାଡ଼ପତ୍ର ଯାଏ ପହଞ୍ଚିଛି। ଉଭୟଙ୍କର ଏକ ୧୦ ବର୍ଷର ଝିଅ ରହିଛି। ହେଲେ ସେ ମା’ଙ୍କ ସହ ଦିଲ୍ଲୀରେ ରହୁଛନ୍ତି। ଉଭୟ ଅଲଗା ରହୁଥିବାରୁ ଝିଅଙ୍କ ମୁହଁକୁ ଦୁଇ ବର୍ଷ ହେଲାଣି ଦେଖି ନାହାନ୍ତି ରୋହିତ। ଏହା ତାଙ୍କୁ ବହୁତ ଯନ୍ତ୍ରଣା ଦେଉଥିବା ସେ ପ୍ରକାଶ କରିଛନ୍ତି।

ତେବେ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଦୁଃଖକୁ ନେଇ ରୋହିତ ଅଭିନୟରୁ ଦୂରେଇ ଯାଇଛନ୍ତି। ହେଲେ ଖୁବ୍‌ଶୀଘ୍ର ସେ ନିଜକୁ ମଜଭୂତ କରି ମନୋରଞ୍ଜନ ଦୁନିଆକୁ ଫେରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

Share